ଇଣ୍ଡିଆ – ଭାରତ କୁ ନେଇ ଦେଖା ଦେଇଛି ବିବାଦ

ଇଣ୍ଡିଆ – ଭାରତ କୁ ନେଇ ଦେଖା ଦେଇଛି ବିବାଦ

ଜି-୨୦ ଅବସରରେ ରାଷ୍ଟ୍ରପତି ଙ୍କ ତରଫରୁ ଦିଆ ଯାଇଥିବା ନିମନ୍ତ୍ରଣ ପତ୍ର ରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଥିଲା I ଏହାକୁ ନେଇ ଏବେ ବିବାଦ ଦେଖା ଦେଇଛି I ଦେଶ ର ନାମ ଇଣ୍ଡିଆ ପରିବର୍ତ୍ତେ କେବଳ ଭାରତ ରଖାଯିବା ନେଇ ଚର୍ଚ୍ଚା ଜୋର ଧରିଛି I ଯେତେବେଳେ ୧୯୪୮ ମସିହା ନଭେମ୍ବର ୪ ତାରିଖର ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ବି.ଆର ଆମ୍ବେଦକର ଦେଶର ନୂଆ ସମ୍ବିଧାନର ପରିଚୟ କରାଇଥିଲେ ସେତେବେଳେ ଭାରତ ବୋଲି କିଛି ନାମ ନଥିଲା I ହେଲେ ସମ୍ବିଧାନରେ ‘ଭାରତ’ ନାଁ ଲେଖାନଥିବା ନେଇ ବିବାଦ ଦେଖାଦେଇଥିଲା । ଯାହାକୁ ନେଇ ଗୋଟିଏ ବର୍ଷ ଧରି ତର୍କ ବିତର୍କ ଚାଲିଥିଲା । ଶେଷରେ ୧୯୪୯ ମସିହା ସେପ୍ଟେମ୍ବର ୧୮ ତାରିଖରେ ନୂଆ ଅଧ୍ୟାଦେଶ ଜରିଆରେ ଧାରା-୧ରେ ଭାରତ ନାମ ଯୋଡାଯାଇଥିଲା । ଯେଉଁଥିରେ ଇଣ୍ଡିଆ ସହ ଭାରତ ମଧ୍ୟ ରହିଥିଲା । ପୁଣି ବିରୋଧୀ କହୁଛନ୍ତି କି ବିରୋଧୀ ଦଳ ଙ୍କ ମେଣ୍ଟ ର ନାମ ଇଣ୍ଡିଆ ରଖାଯିବା ପରେ ମୋଦି ସରକାର ଡରିଯାଇଛନ୍ତି ତେଣୁ ଏପରି କଇଛନ୍ତି I ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛୁ କି ଆଗକୁ ଏ ପ୍ରସଙ୍ଗ ନେଇ ସମ୍ବିଧାନ ସଂଶୋଧନ କରାଯିବ କି ?

author

Related Articles

Leave a Reply

Your email address will not be published. Required fields are marked *