ଇଣ୍ଡିଆ ମେଣ୍ଟକୁ ନୀତିଶକୁମାରଙ୍କ ଝଟକା !

ଇଣ୍ଡିଆ ମେଣ୍ଟକୁ ନୀତିଶକୁମାରଙ୍କ ଝଟକା !

ଲୋକସଭା ନିର୍ବାଚନକୁ କିଛିମାସ ବାକି । ଏହା ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ୟୁ-ଟର୍ଣ୍ଣ ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ସାମିଲ ହେବ ଜେଡିୟୁ । ଦଳର ବରିଷ୍ଠ ନେତାଙ୍କ ସହ ବୈଠକ ପରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ୪ ତାରିଖରେ ବିହାରର ବେଟିଆରେ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାର ଏକାଠି ହୋଇପାରନ୍ତି । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି । ସେପଟେ ବିହାର ରାଜନୀତିରେ କ’ଣ ଚାଲିଛି ତା ଉପରେ ନଜର ରଖିଛି ବିଜେପି ।

author

Related Articles

Leave a Reply

Your email address will not be published. Required fields are marked *