ଇଣ୍ଡିଆ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ !

ଇଣ୍ଡିଆ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ !

ଆଜି ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଏହି ବୈଠକରେ କୌଣସି ବଡ ନିଷ୍ପତ୍ତି ହୋଇପାରିନାହିଁ । ଅନୁମାନ କରାଯାଉଥିଲା କି, ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାମ ଘୋଷଣା କରାଯାଇପାରେ । ହେଲେ ସେଭଳି କଛି ହୋଇନାହିଁ । ଯାଚିବା ପରେ ବି ମେଣ୍ଟର ସଂଯୋଜକ ହେବାକୁ ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶେଷରେ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ବୈଠକରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଂଯୋଜକ କରିବାକୁ ପ୍ରସ୍ତାବ ପାରିତ ହୋଇଛି । ପ୍ରଥମେ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ କୁହାଯାଉଥିଲା। କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ। ସେ କହିଥିଲେ, ମୋର କୌଣସି ପଦବୀ ପାଇଁ ଆଗ୍ରହ ନୁହେଁ। ସଂଯୋଜକ କେବଳ କଂଗ୍ରେସରୁ ହେବା ଉଚିତ୍। ନୀତୀଶଙ୍କ ମନା କରିବା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁକୁ ପ୍ରସ୍ତାବ ଦିଆଯାଇଛି। ସେ ଇଣ୍ଡିଆ ମେଣ୍ଟର ମଙ୍ଗ ଧରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତଙ୍କ ବିରୋଧୀ ଦଳର ନେତାଙ୍କ ସହମତି ଥିବା ମଧ୍ୟ ସୂଚନା ମିଳିଛି। ତେବେ ଅଫିସିଆଲ୍ ରୂପେ ମଲ୍ଲିକାର୍ଜୁନ ଖଡେଗଙ୍କ ନାଁ ଘୋଷଣା କରାଯାଇ ନାହିଁ।

author

Related Articles

Leave a Reply

Your email address will not be published. Required fields are marked *