ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେନି ମମତା !

ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେନି ମମତା !

24 ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଲା । ଦେଶର ଶାସକ ଦଳ ତଥା ଶକ୍ତିଶାଳୀ ଦଳ ଭାରତୀୟ ଜନତା ପାର୍ଟିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଲାଣି ଇଣ୍ଡିଆ ମେଣ୍ଟ । ଆଜି ବସିବ ଇଣ୍ଡିଆ ମେଣ୍ଟର ବୈଠକ । ଶୁଣାଯାଉଛି କି ଏହି ବୈଠକରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ଓହରି ଯାଇଛନ୍ତି ।  ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଇଣ୍ଡିଆ ଆଲାଏନ୍ସର ବୈଠକ ବସିବ । ଏହି ବୈଠକରେ ୧୪ଟି ଦଳର ନେତା ଏକାଠି ହେବେ । ଏହି ବୈଠକରେ ଆବାହକଙ୍କ ନାମ, ଆସନ ବୁଝାମଣା ଉପରେ ଆଲୋଚନା ହେବ । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏହି ବୈଠକରେ ସେମାନେ ଆସନ ବୁଝାମଣା, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । କିନ୍ତୁ ଏହି ବୈଠକରେ ମମତା ବାନାର୍ଜି ଯୋଗଦେବେ ନାହିଁ ବୋଲି ଶୁଣିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *