ବିକାଶ ନାମରେ ବିନାଶ

ବିକାଶ ନାମରେ ବିନାଶ

ପିଲାଙ୍କ ବୌଦ୍ଧିକ, ମାନସିକ ଅଭିବୃଦ୍ଧି ପାଇଁ ଶାରୀରିକ ବ୍ୟାୟlମ ନିତାନ୍ତ ଆବଶ୍ୟକ l ଏଥିପାଇଁ ଖେଳ ପଡିଆର ଆବଶ୍ୟକ ପଡେ l ତେବେ କବିସୂର୍ଯ୍ୟନଗର ଏନଏସି ର ବିକାଶ କବିସୂର୍ଯ୍ୟନଗର ବିକାଶ ପୁରୁଷ ଗର୍ଭରେ ଲୀନ ହୋଇଗଲା ପିଲାଙ୍କ ଖେଳପଡିଆ l
ଏଭଳି ଘଟଣା ଘଟିଛି କବିସୂର୍ଯ୍ୟନଗର ଏନଏସିରେ l ସର୍ବପୁରାତନ ଶ୍ରୀମର୍ଦ୍ଧରାଜ ହାଇସ୍କୁଲ ଏକ ଖେଳ ପଡିଆ ଆଇ ବି ଛକ ଠାରେ ରହିଥିଲା l ଏହି ବିରାଟ ଖେଳ ପଡିଆର ଅର୍ଦ୍ଧଂlଶରେ 1983 ମସିହାରେ ନିର୍ମିତ ହେଲା କବିସୂର୍ଯ୍ୟ ବଳଦେବ ବିଜ୍ଞାନ କଲେଜ l ପରବର୍ତ୍ତୀ ସମୟରେ ବଳକା ଅର୍ଦ୍ଧଂlଶରେ ନିର୍ମିତ ହେଲା ମିନି ଷ୍ଟାଡିଅମ l ଏଠାରେ ପତଞ୍ଜଳି ଯୋଗ ପୀଠ କର୍ମକର୍ତ୍ତା ଓ ଲୋକ ଯୋଗ ଶିକ୍ଷା କରିଥିଲେ l ଶତାଧିକ ଯୁବକଯୁବତୀ, ବୃଦ୍ଧବୃଦ୍ଧା ଓ ପିଲାମାନେ ଯୋଗ, ବ୍ୟୟାମ ଓ ଖେଳlଖେଳି କରୁଥିଲେ l ଯୋଗଭ୍ୟାସ, ବ୍ୟାୟାମର ସ୍ଥାନ ଅଭାବରୁ ରାସ୍ତା କଡ଼ ଏକମାତ୍ର ସାହାରା ପାଲଟିଛି l ଏଠାରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ୟାରଡ଼ରେ ଅଂଶଗ୍ରହଣ କରୁଥିଲେ l ବାର୍ଷିକ କ୍ରୀଡା ବି ଏଠି ଅନୁଷ୍ଠିତ ହେଉଥିଲା l କିନ୍ତୁ ଦୁଃଖ ଓ ପରିତାପର ବିଷୟ ବହୁ ସରକାରୀ ଜାଗା ସହରରେ ରହିଥିଲେ ସୁଦ୍ଧା ମିନି ଷ୍ଟାଡିଅମ ଭିତରେ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ କରି ମିନି ଷ୍ଟାଡିଅମ ବିଲୀନ କରିଦେବା କାହା ସ୍ୱାର୍ଥରେ ? ଲୋକେ କହନ୍ତି, କବିସୂର୍ଯ୍ୟନଗର ବିକାଶ ପୁରୁଷଙ୍କ ଗର୍ଭରେ ଲୀନ ହୋଇଗଲା ପିଲାଙ୍କ ଖେଳ ପଡିଆ l ଜାଗାର କୌଣସି ଅଭାବ ନ ଥିଲା l କିନ୍ତୁ ବିକାଶ ପୁରୁଷଙ୍କ ଏହି ହୀନ ଉଦ୍ୟମ ଦାଣ୍ଡରେ ପଡି ହାଟରେ ଗଡୁଛି l
ସେହିପରି ଶ୍ରୀଚନ୍ଦ୍ରଶେଖର ହାଇସ୍କୁଲର ଧନେଇ ନଦୀ ପାର୍ଶ୍ୱରେ ଏକ ତିନି ଏକର ବିଶିଷ୍ଟ ପଡିଆକୁ ଖେଳ ପଡିଆ ରୂପେ 40ବର୍ଷ ତଳୁ ନିଆଯାଇଥିଲା l ପଡିଆର ଗୋଟିଏ ପାର୍ଶ୍ୱରେ ସ୍ମାର୍ଟ ଶ୍ଵଶାନ ଓ ଅନ୍ୟ ଏକ ପାର୍ଶ୍ଵ ଅର୍ଥାତ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ପଛପଟ ଜମିକୁ ବେସରକାରୀ ହାତରେ l ଉଭୟର ପ୍ରାଚୀର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି l ଏ ହେଉଛି ବିକାଶ ପୁରୁଷଙ୍କ କାର୍ଯ୍ୟ ! ସରକାର ବିଶ୍ୱଶ୍ଵରୀୟ ହକି ଷ୍ଟାଡିଅମ ନିର୍ମାଣରେ କୋଟି କୋଟି ରାଜସ୍ବ କ୍ଷର୍ଚ୍ଚ କରି ଚାଲିଥିଲାବେଳେ l ଏଠି ଥିବା ଖେଳପଡିଆକୁ ଧ୍ବଂସ କରୁଛି l ପ୍ରତି ସ୍କୁଲକୁ ଖେଳ ସାମଗ୍ରୀ ଆସୁଛି ସତ ଓ ଏଥିପାଇଁ ଅର୍ଥ ଖର୍ଚ୍ଚ ହେଉଛି କାଗଜ କଲମରେ ବୋଲି ଅଭିଯୋଗ ହୁଏ l ଏଠି ଦୁଇ ବିଧାୟିକା, ଜଣେ ସାଂସଦଙ୍କ ପ୍ରତିନିଧିତ୍ୱ ଓ ମୁଖ୍ୟ ମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ସୁଦ୍ଧା ଏଠି ଚାଲିଛି ବିକାଶ ନାମରେ ବିନାଶ l ସହରର ଏକମାତ୍ର ଟ୍ରେନିଂ ସ୍କୁଲ ଭାଙ୍ଗି ସେଠାରେ ନିର୍ମାଣ ହେଲା କଲ୍ୟାଣ ମଣ୍ଡପ l ଗାନ୍ଧିଜୀ ସଂଗୀତ କଳାମନ୍ଦିର ପୁନରଉଦ୍ଧlର ଏବେ ଯାଇ ନ ହୋଇ ପଡି ରହିଛି lପ୍ରକଳ୍ପ ନାମରେ ପୁରୁଣା ଅନୁଷ୍ଠାନର ସତ୍ତା ଲିଭାଇ ଦିଆଯାଉଛି l କବିସୂର୍ଯ୍ୟନଗରର ଦୁର୍ଗତି ପାଇଁ କିଏ ଦାୟୀ ସାଧାରଣରେ ଆଲୋଚନା ହେଉଛି l

author

Related Articles

Leave a Reply

Your email address will not be published. Required fields are marked *