ଇତିହାସ ରଚିବା ବଦଳରେ ଇତିହାସ ପାଲଟିଗଲେ ନବୀନ

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଗଲେ ନବୀନ

ମିଳେଇଗଲା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ । ଇତିହାସ ରଚିବା ବଦଳରେ ଇତିହାସ ପାଲଟିଗଲେ ନବୀନ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ । ମୋଦି ମହାବାତ୍ୟାରେ ଧରାଶାୟୀ ହେଲା ନବୀନ ମ୍ୟାଜିକ୍ । ଓଡ଼ିଶା ରାଜନୀତିରେ ‘ନବୀନ ଶାସନ’ର ଅନ୍ତ ଘଟିଲା। ୨୪ ବର୍ଷ ପରେ ହାତରୁ ଖସିଲା ଶାସନ ଡୋରି । ଗୋଟିଏ ଝଟକାରେ ମିଳେଇଗଲା ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ। ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ନବୀନ ପଟ୍ଟନାୟକ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବେ । ତାଙ୍କ ନିକଟରୁ ହଟିଯିବ କାରକେଡ, କଡ଼ା ସୁରକ୍ଷା ପହରା ବି ଆଉ ରହିବନି।

author

Related Articles

Leave a Reply

Your email address will not be published. Required fields are marked *