ଇତିହାସ ରଚିଲେ ଓମ୍ ବିର୍ଲା

ଇତିହାସ ରଚିଲେ ଓମ୍ ବିର୍ଲା

ଲୋକସଭାର ନୂଆ ବାଚସ୍ପତି ହେଲେ ସାଂସଦ ଓମ ବିର୍ଲା । ଆଜି ସେ ଦ୍ୱିତୀୟ ଥର ପାଇଁ ଲୋକସଭା ଗୃହର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚନିକ ଭୋଟ ଅନୁଯାୟୀ ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି କେହି ନେତା ଥରେ ବାଚସ୍ପତି ହେବା ପରେ ତାଙ୍କ ରାଜନୈତିକ ଗତି ଶିଥିଳ ହୋଇଯାଏ ବା ସେମାନେ ଆଉ ନିର୍ବାଚନ ଜିତିବା କଷ୍ଟକର ହୋଇପଡେ କିନ୍ତୁ ଓମ୍ ବିର୍ଲା ୧୭ ତମ ଲୋକସଭାରେ ବାଚସ୍ପତି ହୋବା ପରେ ବି ୨୦୨୪ ସାଧାରଣ ନିର୍ବାଚନରେ କୋଟା ଆସନରୁ ୪୧ ହଜାର ୧୪୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ, ଯାହା ବାସ୍ତବରେ ପ୍ରଶଂସନୀୟ । ତାଙ୍କର ସେବା ମନୋଭାବ ତାଙ୍କୁ ସଫଳତା ଆଡକୁ ବାଟ କଢେଇ ନେଉଛି ।

author

Related Articles

Leave a Reply

Your email address will not be published. Required fields are marked *