ଇଦ ପାଳିଲେ ମନ୍ମଥ

ଇଦ ପାଳିଲେ ମନ୍ମଥ

ମୁସଲମାନ ସମ୍ପ୍ରଦାୟର ଏକ ବଡ ପର୍ବ ହେଉଛି ଇଦୁଲ ଫିତର । ମୁସଲମାନ ଭାଇ ଭଉଣୀ ମାନେ ମସଜିଦରେ ସମୂହ ନମାଜ ପାଠ କରିବା ସହିତ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ଏକାମ୍ର ବିଧାନସଭାର ପ୍ରାର୍ଥୀ ଅଶୋକ ପଣ୍ଡା ଓ ମେୟର ସୁଲୋଚନା ଦାସଙ୍କ ସହ ନମାଜରେ ସାମିଲ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ମୁସଲମାନ ପରିବାର ସହ କରିଛନ୍ତି ଆଲୋଚନା ।ସେହିପରି କଟକ ସହରରେ ବି ମହାଆଡମ୍ବରରେ ପାଳିତ ହେଉଛି ଇଦ୍-ଉଲ୍-ଫିତର । ଏହି ଅବସରରେ କଟକର ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବାରବାଟୀ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଇଦର ଶୁଭେଚ୍ଛା ଜଣାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *