ଇନଷ୍ଟାଗ୍ରାମରେ ଏମିତି କହିଲେ… ନତାଶାଙ୍କୁ ଛାଡପତ୍ର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଇନଷ୍ଟାଗ୍ରାମରେ ଏମିତି କହିଲେ… ନତାଶାଙ୍କୁ ଛାଡପତ୍ର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଅଲଗା ହୋଇଗଲେ ଚର୍ଚ୍ଚିତ ଯୋଡି ହାର୍ଦ୍ଦିକ ଓ ନତାଶା । ଦୁହିଁଙ୍କ ଯୋଡିକୁ ନେଇ ପୂର୍ବରୁ ବହୁ ବାଦ ବିବାଦ ଲାଗିଥିଲା କିନ୍ତୁ ଏବେ ବହୁ ଚର୍ଚ୍ଚା ପରେ କ୍ରିକେଟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶାଙ୍କ ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଗୁରୁବାର ରାତିରେ କ୍ରିକେଟ ଜଗତର ଅଲରାଉଣ୍ଡର ହାର୍ଦ୍ଦିତ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଦୀର୍ଘ 4 ବର୍ଷ ଏକାଠି ରହିବା ପରେ ଉଭୟଙ୍କ ବୁଝାମଣା କ୍ରମେ ଦୁହେଁ ଅଲଗା ହେଇଛୁ । ଦୁହେଁ ଦୁହିଁଙ୍କ ନିର୍ଣ୍ଣୟକୁ ସମ୍ମାନ ଦେଇ ଅଲଗା ହେଉଛୁ ବୋଲି ସୋସିଆଲ ମିଡିଆରେ କହିଛନ୍ତି । ଅନ୍ୟପଟେ ପତ୍ନୀ ନତାଶା ଏହାକୁ ନେଇ ପୋଷ୍ଟ କରିଥିଲେ ମଧ୍ୟ ପରେ ଏହାକୁ ଡିଲେଟ କରିଦେଇଥିଲେ । ହାର୍ଦ୍ଦିକ ନତାଶା ଉଭୟ 202 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଚାରିବର୍ଷ ପରେ ଦୁହେଁ ଏବେ ନିଜର ବିବାହ ବନ୍ଧନରୁ ଅଲଗା ହୋଇଛନ୍ତି । ଏବଂ ତାଙ୍କର ଚାରି ବର୍ଷର ପୁଅ ଅଗସ୍ତ୍ୟାର ଯତ୍ନ କିଏ ନେବ ଆଲୋଚନା ହେଉଥିବା ବେଳେ ଦୁହେଁ ମିଶି ନିଜର ପୁଅ ଅଗସ୍ତ୍ୟାର ଲାଳନ ପାଲନ କରିବେ ବୋଲି ଜଣାପଡିଛି । ଅନ୍ୟପଟେ ଦୁହିଁଙ୍କ ଛାଡପତ୍ର ପରେ ଏବେ ସମ୍ପତ୍ତିକୁ ନେଇ ଚର୍ଚ୍ଚା ହେଲାଣି । ହାର୍ଦ୍ଦିକ ନିଜ ସମ୍ପତ୍ତିରୁ କେତେ ଭାଗ ସମ୍ପତ୍ତି ନତାଶାଙ୍କୁ ଦେବେ ଏଭଳି ଅନେକ ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଉଙ୍କି ମାରୁଛି । ତେବେ ତିନି ରିତିନିତିରେ ବାହାଘର ଓ ଚାରିବର୍ଷର ଦାମ୍ପତ୍ୟ ଜୀବନକୁ ପଛରେ ପକାଇ ଏହି ଦୁଇ କପଲ ଏବେ ଅଲଗା ହୋଇଛନ୍ତି । ଆଗକୁ ଏହି ଦୁହିଁଙ୍କ ସମ୍ପର୍କ ଏବଂ ପୁଅ ଅଗସ୍ତ୍ୟାକୁ ନେଇ କେଉଁ ମୋଡ ଆସୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *