ଇନାମ ବେଲପଡ଼ାରେ ଅଘଟଣ, ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ୍ୟୁ

ଇନାମ ବେଲପଡ଼ାରେ ଅଘଟଣ, ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ୍ୟୁ


କୋଦଳା ଏନଏସି ଇନାମ ବେଲପଡ଼ା ଠାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ସୂଚନା ଫଳକ ଲୁହା ଖୁଣ୍ଟ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ହୋଡିଂ ଫଳକ ଖୁଣ୍ଟ କୁ ବିଦ୍ୟୁତ ସଂଯୋଗ କିପରି ହେଲା ତାକୁ ନେଇ ଦେଖା ଦେଇଛି ବିବାଦ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୃଦ୍ଧଙ୍କ ମର ଶରୀରକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ବ୍ୟବଛେଦ ପାଇଁ ପଠା ଯାଇଛି। ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତ ବୃଦ୍ଧ ଜଣକ ହେଲେ ଇନାମ ବେଲପଡ଼ା ଗ୍ରାମର କନ୍ଧ ରାଉତ । ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି। କୋଦଳା ଟାଟା ପାୱାର ର ମନମୁଖୀ କାର‌୍ୟ୍ୟ ଯୋଗୁଁ ଅକାଳରେ ନିରୀହ ଜୀବନ ଚାଲି ଯାଇଥିବା ବେଳେ ଗତ କିଛି ଦିନ ତଳେ ମଧ୍ୟ ଏଭଳି ଅନେକ ଅଘଟଣ ଘଟି ଜୀବନ ଚାଲି ଯାଇଥିବା ନଜରକୁ ଆସିଛି। ଟାଟା ପାୱାରର ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗଞ୍ଜାମ ଜିଲ୍ଲାରୁ ସିପ୍ରା ପଟନାୟକ ଙ୍କ ରିପୋର୍ଟ ରିଓ ନିୟୁଜ

author

Related Articles

Leave a Reply

Your email address will not be published. Required fields are marked *