ଇଭିଏମରେ ତ୍ରୁଟି ମତଦାନରେ ବିଳମ୍ୱ

ଇଭିଏମରେ ତ୍ରୁଟି ମତଦାନରେ ବିଳମ୍ୱ

ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ । କୋରାପୁଟ,କଳାହାଣ୍ଡି,ନବରଙ୍ଗପୁର ଓ ବ୍ରହ୍ମପୁରରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ 6ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ କିଛି କିଛି ସ୍ଥାନରେ ଇଭିଏମ ମେସିରେ ତ୍ରୁଟି ଦେଖାଦେଇଛି । ଇଭିଏମରେ ଅସୁବିଧା ନେଇ ମତଦାନରେ ବିଳମ୍ବ । ଧାଡିରେ ଛିଡା ହୋଇଛନ୍ତି କୋରାପୁଟ୍ ଜିଲ୍ଲାପାଳ ଓ ତାଙ୍କ ପତ୍ନୀ । କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରର ୧୩୯ ନମ୍ବର ବୁଥରେ ଭୋଟ୍ ଦାନ ବିଳମ୍ବ । କଳାହାଣ୍ଡି, ଭବାନୀପାଟ ୧୦୪, ୧୦୫ ଓ ୧୦୬ ନମ୍ବର ବୁଥରେ ମତଦାନ ଆରମ୍ଭ ହୋଇପାରି ନାହିଁ । ଲାଇନରେ ଛିଡା ହୋଇଥିବା ଭୋଟର ଅସନ୍ତୁଷ୍ଟ । ସେପଟେ ମାଲକାନଗିରି କୁମୁଟିଗୁଡା ୮୫ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ । କଳାହାଣ୍ଡି, ଭବାନୀପାଟ ୧୦୪, ୧୦୫ ଓ ୧୦୬ ନମ୍ବର ବୁଥ୍ରେ ମତଦାନ ଆରମ୍ଭ ହୋଇପାରି ନାହିଁ । ଲାଇନରେ ଛିଡା ହୋଇଥିବା ଭୋଟର ଅସନ୍ତୁଷ୍ଟ ।

author

Related Articles

Leave a Reply

Your email address will not be published. Required fields are marked *