ଇଭିଏମ ମେସିନକୁ ହ୍ୟାକ କରିଥିଲା ବିଜେପି,ଅଭିଯୋଗ କଲେ ଲେଖାଶ୍ରୀ

ଇଭିଏମ ମେସିନକୁ ହ୍ୟାକ କରିଥିଲା ବିଜେପି,ଅଭିଯୋଗ କଲେ ଲେଖାଶ୍ରୀ

ଭାରତୀୟ ଜନତା ପାର୍ଟି ସରକାର ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଲେଖାଶ୍ରୀ ସାମନ୍ତସିଂହାର । ଇଭିଏମ ମେସିନକୁ ନେଇ ବର୍ଷିଲା ବିରୋଧି ବିଜୁ ଜନତା ଦଳ । ହଁ ଆଜ୍ଞା ଚଳିତ ସାଧାରଣ ନିର୍ବାଚନରେ 24 ବର୍ଷର ବିଜେଡି ସାମ୍ରାଜ୍ୟର ଏଭଳି ପରାଜୟ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି । ଦୀର୍ଘ 24 ବର୍ଷ ଧରି ଓଡିଶାରେ ରାଜ କରୁଥିବା ବିଜେଡି ସରକାର କ୍ଷମତାରୁ ହଟିବା ପରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିଛି । କିନ୍ତୁ ଅଚାନକ ଭାବେ ବିଜେଡି ଗଡର ପତନ ଓ ବିଜେପି ସରକାର ହେବା ପଛର ରହସ୍ୟକୁ ଖୋଲିଦେଲେ ଲେଖାଶ୍ରୀ ସାମନ୍ତସିଂହାର । କେନ୍ଦ୍ରରେ ଓ ରାଜ୍ୟରେ ଇଭିଏମ ମେସିନକୁ ହ୍ୟାକ କରି ବିଜେପି ଭୋଟ ହାତେଇଥିବା ଅଭିଯୋଗ ଅଣିଛି ବିଜେଡି । ଭାରତୀୟ ନିର୍ବାଚନ ଆୟୋଗକୁ ଦୋଷ ଦେଲେ ବିଜେଡି ନେତ୍ରୀ । ଇଭିଏମ ମେସିନକୁ ନେଇ ଲେଖାଶ୍ରୀଙ୍କ ବିସ୍ପୋରକ ବୟାନ । ଚଳିତ ସାଧାରଣ ନିର୍ବାଚନରେ 5କୋଟି ଭୋଟରେ ହୋଇଛି ଏପଟ ସେପଟ । ଭାରତ ସରକାରଙ୍କ ମାଲିକାନାରେ ରହୁଛି ଇଭିଏମ ମେସିନ ଏବଂ ଭାରତ ସରକାରଙ୍କ କମ୍ପାନୀ ମାନେ ଇଭିଏମ ମେସିନ ତିଆରି କରୁଥିବା ହେତୁ ଏହି ଇଭିଏମ ମେସିନକୁ ବିଜେପି ହ୍ୟାକ କରିଥିବା ଅଭିଯୋଗ କରିଛି ବିଜେଡି । ପୂର୍ବରୁ adr ଓ vfed ରିପୋର୍ଟକୁ ନେଇ ଲେଖାଶ୍ରୀ ବିଜେପି ଉପରେ ବର୍ଷିଥିଲେ । ଗଣତନ୍ତ୍ରର ବେକ ମୋଡି ସମ୍ୱିଧାନର ବେକ ମୋଡି ଏପରି କରିଛି ବିଜେପି । ତେବେ ଲେଖାଶ୍ରୀଙ୍କ ଏହି କାଉଣ୍ଟରର କି ଜବାବ ଦେଉଛି ଭାରତୀୟ ଜନତା ପାର୍ଟି ସରକାର ତାହା ଦେଖିବାକୁ ଅପେକ୍ଷା

author

Related Articles

Leave a Reply

Your email address will not be published. Required fields are marked *