ଇମ୍ରାନ ଖାନଙ୍କ ଗିରଫକୁ ହଜମ କରିପାରୁନାହାଁନ୍ତି ସମର୍ଥକ !

ଇମ୍ରାନ ଖାନଙ୍କ ଗିରଫକୁ ହଜମ କରିପାରୁନାହାଁନ୍ତି ସମର୍ଥକ !

ଇସଲାମବାଦ:

ଜଳୁଛି ପାକିସ୍ତାନ, ଇଣ୍ଟରନେଟ ସେବା ବନ୍ଦ | ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ପରେ ପାକିସ୍ତାନରେ ଉପୁଜିଛି ଗୃହଯୁଦ୍ଧ ସ୍ଥିତି | ପାକିସ୍ତାନର ଅନେକ ବଡ ବଡ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ |ସେନା ଏବଂ ସରକାର ଵିରୋଦ୍ଧରେ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି | ଗଭର୍ଣ୍ଣର ହାଉସ ଏବଂ ସେନା ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି | ସମଗ୍ର ଦେଶରୁ ହିଂସା ଘଟଣା ସାମ୍ନାକୁ ଆସିଛି | ଅନେକ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ହିଂସାକାଣ୍ଡରେ ଇମ୍ରାନଙ୍କ ୬ ଜଣ ସମର୍ଥକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଏହା ମଧ୍ୟରେ ଇସଲାମବାଦ ହାଇକୋର୍ଟରୁ ମଧ୍ୟ ଇମ୍ରାନଙ୍କ ଲାଗିଛି ଝଟକା | ଗିରଫକୁ ବୈଧ କହିଲେ ହାଇକୋର୍ଟ | ଦେଶସାରା ବିରୋଧକୁ ବ୍ୟାପକ କରିବା ନେଇ ଚେତାବନୀ ଦେଇଛି ପିଟିଆଇ | ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୧୪୪ ଧାରା ଲାଗୁ କରାଯାଇଛି | ମୋବାଇଲ ଇଣ୍ଟରନେଟ ସମେତ ଟ୍ୱିଟର ସେବା ଓ ସମସ୍ତ ସୋସିଆଲ ମିଡ଼ିଆ ସାଇଟ ମଧ୍ୟ ବନ୍ଦ ରହିଛି | ଏକ ଦୁର୍ନୀତ ମାମଲାର ଶୁଣାଣି ପାଇଁ ଇମ୍ରାନ ଇସଲାମବାଦ ହାଇକୋର୍ଟରେ ଉପସ୍ଥିତ ଥିବାବେଳେ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଥିଲା | ଆଗକୁ ଇମ୍ରାନଙ୍କ ସମର୍ଥନରେ ବଢିପାରେ ବିଦ୍ରୋହ |

author

Related Articles

Leave a Reply

Your email address will not be published. Required fields are marked *