ଇସ୍ତଫା ଦେଲେ ଶିବରାଜ ସିଂହ

ଇସ୍ତଫା ଦେଲେ ଶିବରାଜ ସିଂହ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂହ ଚୌହାନ । ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ‘ଲାଡ୍ଲି ବେହେନା’ ଯୋଜନା ବିଜେପିକୁ ପୁଣି ଥରେ ଶାସନ କରିବାର ସୁଯୋଗ ଦେଇଛି । କାରଣ ଏହି ଯୋଜନା ମହିଳାଙ୍କ ଭୋଟ ଗୋଟାଇବାରେ ଏକ ବଡ଼ ଭୁମିକା ନିର୍ବାହ କରିଛି । ତେବେ ବିଜେପି ପୁଣି ଥରେ ଶାସନ ଭାର ମୁଣ୍ଡାଇବା ପରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କାରଣ ବିଜେପି ଚାହୁଁଥିଲା ନୂଆ ଚେହେରା ।


ଶିବରାଜ ଇସ୍ତଫା ଦେବା ପରେ ଅନେକ ଜନତାଙ୍କ ମନରେ ଦୁଃଖ ଭରି ଯାଇଥିବା ଦେଖାଯାଇଛି । କେହି କେହି ଶିବରାଜଙ୍କୁ ଧରି କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ ସବୁଠାରୁ ବଡ଼ କଥା ହେଲା, ଏହି ଦୁଃଖୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଯୁବତୀ । କାରଣ ସେମାନେ ‘ଲାଡ୍ଲୀ ବେହେନା’ର ହିତାଧିକାରୀ। ଶିବରାଜଙ୍କ ‘ଲାଡ୍ଲୀ ବେହେନା’ ସେହି ମହିଳାଙ୍କୁ ଅନେକ ଫାଇଦା ଦେଇଛି । ସେମାନେ ଏହି ସ୍କିମ୍ ଦ୍ୱାରା ଖୁବ୍ ଉପକୃତ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *