ଇସ୍ରାଏଲର ଲେବାନନ ଉପରେ ରକେଟ୍ ମାଡରେ ସାମ୍ବାଦିକ ମୃତ

ଇସ୍ରାଏଲର ଲେବାନନ ଉପରେ ରକେଟ୍ ମାଡରେ ସାମ୍ବାଦିକ ମୃତ

ଥମୁନି ଇସ୍ରାଏଲ ପାଲେଷ୍ଟାଇନ ବିବାଦ । ଏହା ଭିତରେ ଲେବାନନ୍ ଉପରେ ରକେଟ ମାଡ କରିଛି ଇସ୍ରାଏଲ । ଯାହା ଫଳରେ ସେଠାକୁ ଖବର ସଂଗ୍ରହ କରିବାକୁ ଆସିଥିବା ରଏଟର୍ସ ସାମ୍ୱାଦିକଙ୍କ ମୃତ୍ୟ ହୋଇଛି । ଇସ୍ରାଏଲୀ ସେନା ଓ ଲେବାନୀୟ ଆତଙ୍କବାଦୀ ହେଜ୍‌ବୋଲ୍ଲାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ସଂକ୍ରାନ୍ତରେ ରିପୋର୍ଟ ସଂଗ୍ରହ ଲାଗି ଇସ୍ରାଏଲ୍‌ ସୀମାନ୍ତବର୍ତ୍ତୀ ଅଲ୍‌ମା ଅଲ୍‌-ଶାବ୍‌ ନିକଟରେ ‘ଅଲ୍‌ ଜଜୀରା’ ଓ ‘ଏଜେନ୍‌ସି ଫ୍ରାନ୍‌ସ୍‌-ପ୍ରେସି’ ସମତେ ଅନ୍ୟାନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଏହି ଘଟଣା ଲାଗି ଲେବାନନ୍‌ର ପ୍ରଧାନମନ୍ତ୍ରୀ ନାଜିବ୍‌ ମିକାତି ଓ ଜଣେ ହେଜ୍‌ବୋଲ୍ଲା ସାଂସଦ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି। କିନ୍ତୁ, ଅନୁରୋଧ କରି ସୁଦ୍ଧା ଏ ବିଷୟରେ ଇସ୍ରାଏଲ୍‌ ସୁରକ୍ଷା ବଳ କୌଣସି ଜବାବ ଦେଇ ନାହିଁ। ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *