ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ମୋଦିଙ୍କ ମଧ୍ୟରେ କଣ ହୋଇଥିଲା ଆଲୋଚନା ?

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ମୋଦିଙ୍କ ମଧ୍ୟରେ କଣ ହୋଇଥିଲା ଆଲୋଚନା ?

ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବେବି ଜାରି ରହିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ । ସେ କହିଛନ୍ତି କି ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିପଦ ବେଳେ ସହାୟତା କରିବାକୁ କଥା ଦେଇଛନ୍ତି । ଶନିବାର ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୋଦୀ ଏହାକୁ ପ୍ରଥମରୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ । ଏହାସହ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଇସ୍ରାଏଲକୁ ସମର୍ଥନ କରୁଥିବା କଥା ଲେଖିଥିଲେ ।ବର୍ତ୍ତମାନର ସୂଚନା ଅନୁଯାୟୀ ଇସ୍ରାଏଲ ସେନା ଗାଜୀ ପଟ୍ଟୀ ଉପରେ ଏୟାର ଷ୍ଟ୍ରାଇକ କରିବା ସହ ପୂରା ଗାଜା ପଟ୍ଟୀକୁ ଘେରାବନ୍ଦୀ କରିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି ଇସ୍ରାଏଲର ଆକ୍ରମଣ ଫଳରେ ୬୮୦ ଜଣଙ୍କର ମୃତ୍ୟୁ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *