ଇସ୍ରାଏଲ 38ପଣ ବନ୍ଦୀଙ୍କୁ ମୁକ୍ତକଲା ହମାସ

ଇସ୍ରାଏଲ 38ପଣ ବନ୍ଦୀଙ୍କୁ ମୁକ୍ତକଲା ହମାସ

ଦୀର୍ଘ ମାସ ହେବ ଲାଗି ରହିଛି ଇସ୍ରାଏଲ-ହମାସ ଯୁଦ୍ଧ । ଏବେ ସେଥିରେ ସାମାନ୍ୟ ଆଶ୍ୱସ୍ତି ଆସିଛି । ଦୁଇ ପକ୍ଷଙ୍କ ଦ୍ୱାରା ପଣବନ୍ଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଛି । ଶୁକ୍ରବାର ଓ ଶନିବାରରେ ହମାସ ଦୁଇଟି ପର୍ଯ୍ୟାୟରେ ମୋଟ ୩୮ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଏମାନଙ୍କ ଫଟୋ ଜାରି କରିଛି । ଯୁଦ୍ଧବନ୍ଦୀ ମାନେ ଇଜିପ୍ଟ ଦେଇ ଇସ୍ରାଏଲରେ ପହଁଚିଥିବା ବେଳେ ସେମାନଙ୍କୁ ସ୍ୱାଗତ କରାଯାଇଛି । ସେହିପରି ଜେଲରେ ଥିବା କିଛି ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବାକୁ ଇସ୍ରାଏଲ ରାଜି ହୋଇଛି । ଯୁଦ୍ଧ ବିରତିକୁ ଆହୁରି ଗୋଟିଏ ଦିନ ବାକି ଥିବା ବେଳେ ଗାଜା ଷ୍ଟ୍ରିପରେ ପୁଣି ଉତେଜନା ଦେଖିବାକୁ ମିଳିଛି । ଇସ୍ରାଏଲ ସେନା ୬ଜଣ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛି ହମାସ । ଆଉ ୧୨ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବାକୁ ବିଳମ୍ବ କଲେ ଯୁଦ୍ଧ ବିରତି ଶେଷ କରି ହମାସ ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ଇସ୍ରାଏଲ ।

author

Related Articles

Leave a Reply

Your email address will not be published. Required fields are marked *