ଇସ୍ରୋର ପୋଲାରିମେଟ୍ରି ମିସନ ଆରମ୍ଭ

ଇସ୍ରୋର ପୋଲାରିମେଟ୍ରି ମିସନ ଆରମ୍ଭ

ପ୍ରଥମ ପୋଲାରିମେଟ୍ରି ମିସନ ଏକ୍ସପୋସାଟ


ଭାରତର ସ୍ପେସ୍ ଏଜେନ୍ସି ତଥା ଇସ୍ରୋ ଚନ୍ଦ୍ରାୟନ ଓ ସୂର୍ଯ୍ୟୟାନ ସଫଳ ପରେ ଏବେ ନ୍ୟଆ ମିସନ କରିବାକୁ ଆରମ୍ଭ କରିଛି । ଯାହାର ନାଁ ରହିଛି ପ୍ରଥମ ପୋଲାରିମେଟ୍ରି ମିସନ ଏକ୍ସପୋସାଟ ଆରମ୍ଭ କରିବାକୁ ଯାଉଛି । ଏହି ମିସନ ଜରିଆରେ ଉଜ୍ଜ୍ୱଳ ଜ୍ୟୋତିବୈଜ୍ଞାନିକ ଏକ୍ସ-ରେ ଉତ୍ସଗୁଡିକର ଅଧ୍ୟୟନ କରିବା ସହ ମହାକାଶୀୟ ବସ୍ତୁର ପ୍ରକୃତି ଓ ଆଚରଣ ଉପରେ ସୂଚନା ପ୍ରଦାନ କରିବା । ଆଲୋକର ପୋଲାରାଇଜେସନ ମାପିବା ପାଇ ଏକ୍ସପୋସାଟ୍ ଭାରତର ପ୍ରଥମ ମହାକାଶ ଅଭିଯାନ । ଏହି ଅଭିଯାନ ଫଳରେ ବୈଜ୍ଞାନିକ ମାନେ କୃଷ୍ଣ ଗହ୍ୱର, ନିଉଟ୍ରନ୍ ତାରା ଓ ଅନ୍ୟ ଜ୍ୟୋତିର୍ବିଜ୍ଞାନ ଉତ୍ସରୁ ନିର୍ଗତ ବିକିରଣକୁ ବୁଝିବାରେ ସହଜ ହେବା । ଏହି ମିସନ ପୋଲାରିମେଟ୍ରି ପାରାମିଟର ମାପିବା ସ୍ପେକ୍ଟ୍ରସ୍କୋପିକ୍ ସୂଚନା ଦେବା ପାଇଁ ୨ଟି ପୋଲିକ୍ସ ଓ ଏକ୍ସପେକ୍ଟ ବହନ କରିବ ।ତେବେ ଇସ୍ରୋ ପକ୍ଷରୁ ଏହି ମିସନ ପାଇଁ ତାରିଖ ଧାର୍ଯ୍ୟ କରାଯାଇନାହିଁ । ତେବେ ସୂଚନା ମୁତାବକ ବର୍ଷର ଶେଷ ଆଡକୁ ଏହି ପୋଲାରିମେଟ୍ରି ମିସନକୁ ଲଂଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *