ଉତ୍ତରାକାଶୀରେ ଭୁଷୁଡିଥିବା ଟନେଲରେ ଚାଲୁ ରହିଛି ଉଦ୍ଧାର କାର୍ଯ୍ୟ

ଉତ୍ତରାକାଶୀରେ ଭୁଷୁଡିଥିବା ଟନେଲରେ ଚାଲୁ ରହିଛି ଉଦ୍ଧାର କାର୍ଯ୍ୟ

ଉତ୍ତରାକାଶୀରେ ନିର୍ମାଣ ହେଉଥିବା ଟନେଲରେ ମାଟି ଅତଡା ଭୁଷୁଡି ପଡିବାରୁ  ଯେଉଁ ଦୁର୍ଘଟଣା ଘଟିଥିଲା ତାର ଉଦ୍ଧାର କାମ ଚାଲୁ ରହିଛି । 48 ଘଣ୍ଟାରୁ ଅଧିକ ସମୟ ହୋଇଯିବ 40 ଶ୍ରମିକ ଫସିରହିଛନ୍ତି । ଶ୍ରମିକଙ୍କୁ ବାହାର କରିବା ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରସ୍ତୁତ କରାଯାଉଛି । ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ଦେଇଥିଲେ ଉତରାଖଣ୍ଡ ସରକାର । ଆଉ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜାରି ରହିଛି ପ୍ରୟାସ । ଟନେଲରୁ ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି । ଟନେଲର ପ୍ରାୟ ୬୦ ମିଟର ଅଂଶ ଭାଙ୍ଗି ପଡିବା ଯୋଗୁଁ ଭିତରେ କାମ କରୁଥିବା ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଓଡିଆ । ଓଡିଶା ସମେତ ଉତରପ୍ରଦେଶ, ହିମାଚଳ, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡର ଶ୍ରମିକ ଅଛନ୍ତି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *