ଉତ୍ତରାକାଶୀରେ ସୁଡଙ୍ଗ ଭୁଶୁଡିବର ତୃତୀୟ ଦିନରେ ଚାଲିଛି ଉଦ୍ଧାରକାର୍ଯ୍ୟ

ଉତ୍ତରାକାଶୀରେ ସୁଡଙ୍ଗ ଭୁଶୁଡିବର ତୃତୀୟ ଦିନରେ ଚାଲିଛି ଉଦ୍ଧାରକାର୍ଯ୍ୟ

ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡିବାର ତୃତୀୟ ଦିନରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଉତରାଖଣ୍ଡ ପ୍ରଶାସନ । ସୁଡ଼ଙ୍ଗ ଭିତରେ ଫସି ରହିଥିବା ୮ଟି ରାଜ୍ୟର ୪୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ୍ ଅଣାଯାଇଛି । ଆର୍ଥ ଅଗର ମେସିନ ସାହାଯ୍ୟରେ ଡ୍ରିଲ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ୍ । ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ ସୁଡଙ୍ଗ ଭିତରେ ଫସିରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଛି ।ଅନ୍ୟପଟେ ସୁଡଙ୍ଗ ଭୁଶୁଡିବାର କାରଣ ଖୋଜିବାକୁ ୬ ଜଣିଆ କମିଟି ଗଠନ କରିଛନ୍ତି ଉତରାଖଣ୍ଡ ସରକାର । ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *