ଉତ୍ତରାକାଶୀ ଟନେଲରେ ୮୧ ଘଣ୍ଟା ପରେ ବି ଫସି ରହିଛନ୍ତି ୪୦ ଶ୍ରମିକ

ଉତ୍ତରାକାଶୀ ଟନେଲରେ ୮୧ ଘଣ୍ଟା ପରେ ବି ଫସି ରହିଛନ୍ତି ୪୦ ଶ୍ରମିକ

ଉତ୍ତରକାଶୀ ଟନେଲରେ ଏବେ ବି ଫସି ରହିଛନ୍ତି ଶ୍ରମିକ । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଯନ୍ତ୍ରପାତିରେ ବୈଷୟିକ ସମସ୍ୟା ଆସିଛି । ଡିଲ କରିବା ସହ ପାଇପ ଖଞ୍ଜିବା ପାଇଁ ଆଉ ଏକ ମେସିନକୁ ଅପେକ୍ଷା କରିଛନ୍ତି ଉଦ୍ଧାରକାରୀ ଦଳ । ବିମାନଯୋଗେ ଦିଲ୍ଲୀରୁ ମେସିନ ଆସୁଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ପ୍ରଶାସନ ।ଉଦ୍ଧାର କରିବା ପାଇଁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ଆଇଟିବିପି, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଯଥାଶୀଘ୍ର ସମସ୍ତଙ୍କୁ ଉଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି । ସୁଡ଼ଙ୍ଗ ଭିତରେ ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି ଶ୍ରମିକମାନେ । ବର୍ତ୍ତର୍ମାନ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ଧକାର ଓ କମ୍ ଅମ୍ଳଜାନ ଯୋଗାଣ ଯୋଗୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେବାର ଆଶଙ୍କା ରହିଛି । ଟନେଲ ମଧ୍ୟରେ ଫଶି ରହିଥିବା ଦୁଇ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସୂଚନା ମିଳିଛି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ୍ ଅଣାଯାଇଛି । ଆର୍ଥ ଅଗର ମେସିନ ସାହାଯ୍ୟରେ ଡ୍ରିଲ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ୍ ।

author

Related Articles

Leave a Reply

Your email address will not be published. Required fields are marked *