ଉତ୍ତରାଖଣ୍ଡଠୁ ବଳିଗଲା ଗଜପତି !

ଉତ୍ତରାଖଣ୍ଡଠୁ ବଳିଗଲା ଗଜପତି !

ଉତ୍ତରାଖଣ୍ଡଠୁ ବଳିଗଲା ଗଜପତି । ପ୍ରକୃତିର କରାଳ ରୂପରେ ଛାରଖାର ଗଜପତି । ସବୁଠି ପଡିଛି ହାହାକାର । ଆଣ୍ଠୁଏ ଆଣ୍ଠୁଏ ପାଣିରେ ରହୁଛନ୍ତି ଅଞ୍ଚଳବାସୀ । ରାଜ୍ୟ ସହ ରାଜ୍ୟ ବାହାରେ ଏବେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଆଉ ଏହି ବର୍ଷା ଭିତରେ ପ୍ରକୃୃତି ତା କରାଳ ରୂପର ଛାପ ବି ଛାଡୁଛି । ନିକଟରେ ରାଜ୍ୟବାହାରେ ପ୍ରକୃତି କିପରି ତାଣ୍ଡବ ରଚିଥିଲା ସେନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଓଡିଶାରେ ବି ଏହାର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବିଶେଷକରି ଗଜପତିରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ।

ଗଜପତି ଜିଲ୍ଲା ଆର.ଉଦୟଗିରୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ସବୁ କିଛି ଏବେ ଜଳମଗ୍ନ । ଦାଣ୍ଡରେ ଥିବା କାର୍ ଗୁଡ଼ିକ ବୁଡି ଯାଇଛି କ୍ଷ ପୋଲ ଉପରେ ଚାଲୁଛି ଫୁଟେ ଉଚ୍ଚର ପାଣି । ଘରେ ଘରେ ପାଣି ପଶିଛି । ଲଗାଣ ବର୍ଷାରେ ଆର୍. ଉଦୟଗିରୀ ଠାରୁ ପରିମଳ ଓ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଘୋଡ଼ାଶାଳ ପୋଲ ନିକଟରେ ଲଗାଣ ବର୍ଷାରେ ମୁଖ୍ୟ ରାସ୍ତାଟି ଧୋଇ ଯିବା ଫଳରେ ନୂଆଗଡ ବ୍ଲକର ୫ ଖଣ୍ଡ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଆର.ଉଦୟଗିରୀରେ ଏତିକିରେ ସରିନି ପ୍ରକୃତିର କରୋଳ ରୂପ । ପ୍ରବଳ ବର୍ଷା କାରଣରୁ ପାହାଡ଼ରୁ ମାଟି ଅତଡ଼ା ଖସିଛି । ଘାଟିରେ ଗଛ ପଡି ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏବେ ବି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ବର୍ଷା ଲାଗିରହିଛି । ୨୪ ଘଣ୍ଟାରୁ ଅଧିକ ସମୟ ହେବ ଲୋକେ ଦେଖୁଛନ୍ତି ଅବିଶ୍ରନ୍ତ ବର୍ଷାର ସେ ଭୟଙ୍କର ରୂପ ।

author

Related Articles

Leave a Reply

Your email address will not be published. Required fields are marked *