ଉତ୍ତରାଧିକାରୀ ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଧିକାରୀ ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ

ପ୍ରଶାସକରୁ ରାଜନେତା ସାଜିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳର କ୍ରମାଗତ ହମଲା ଓ ରାଜ୍ୟରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମୁହଁ ଖୋଲିଛନ୍ତି । ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି ବୋଲି ବିଜେଡି ସୁପ୍ରିମୋ ଆଜି ସ୍ପଷ୍ଟ କରିଛନ୍ତି । ଏଥିସହ ଏହି କଥାକୁ କାହିଁକି ବଢାଇ ଚଢାଇ ପ୍ରଚାର କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଏପରିକି ତାଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ଓଡିଶାବାସୀ ସ୍ଥିର କରିବେ ବୋଲି ସେ କହିଛନ୍ତି । ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ବୋଲି ଏକଥାକୁ କେବଳ ଅପପ୍ରଚାର କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *