ଉତ୍ତର କୋରିଆ ଗସ୍ତ କରିବେ ରୁଷୀୟ ରାଷ୍ଟ୍ରପତି ପୁଟିନ

ଉତ୍ତର କୋରିଆ ଗସ୍ତ କରିବେ ରୁଷୀୟ ରାଷ୍ଟ୍ରପତି ପୁଟିନ


ତାନଶାହ ରାଜା ବା ଉତ୍ତର କୋରିଆର କିମ୍ ଜୋଙ୍ଗ ଉନ୍‌ଙ୍କ ନିମନ୍ତ୍ରଣକୁ ରକ୍ଷା କରିଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ‘କେସିଏନ୍‌ଏ’ ନାମକ ଗଣମାଧ୍ୟମ ଜରିଆରେ ଏହି ରିର୍ପୋଟ ପ୍ରକାଶିତ କରାଯାଇଛି । ଭ୍ଲାଦିଭୋସ୍ତୋକ୍‌ରେ ପୂର୍ବାଂଚଳ ଅର୍ଥନୈତିକ ସାମମୁଖ୍ୟରେ ପୁଟିନଙ୍କ ସହିତ ଆଲୋଚନା ସମୟରେ କିମ ଜୋଙ୍ଗ ଉନ ତାଙ୍କୁ ଆମନ୍ତ୍ରଣ କରିଥିଲେ । ‘କେସିଏନ୍‌ସ’ ଗଣମାଧ୍ୟମର କଥାନୁସାରେ, ପୁଟିନ ଏହି ନିମନ୍ତ୍ରଣକୁ ରକ୍ଷା କରିବା ସହ ଉତ୍ତର କୋରିଆ ସହ ବନ୍ଧୁତ୍ୱର ଇତିହାସ ଓ ପରମ୍ପରାକୁ ସଦାସର୍ବଦା ଆଗେଇ ନେଉଥିବେ । ତେବେ ଗସ୍ତକୁ ନେଇ କୌଣସି ନିର୍ଦ୍ଧାରିତ ସୂଚନା ଦିଆଯାଇନାହିଁ ।

author

Related Articles

Leave a Reply

Your email address will not be published. Required fields are marked *