ଉଦଘାଟନ ହେବ ‘ନମୋ ଭାରତ’ ଟ୍ରେନ

ଉଦଘାଟନ ହେବ ‘ନମୋ ଭାରତ’ ଟ୍ରେନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ‘ନମୋ ଭାରତ’ ଟ୍ରେନର ଭବ୍ୟ ଉଦଘାଟନ କରିବେ । ଏହି ଟ୍ରେନଟି ପ୍ରଥମେ ଗାଜିଆବାଦର ସାହିବାବାଦରୁ ଦୁହାଇ ଡିପୋକୁ ଯିବ। ରାପିଡ୍ ଏକ୍ସ ଟ୍ରେନର ନାମ ‘ନମୋ ଭାରତ’ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ସ୍କୁଲ ପିଲାମାନେ ମଧ୍ୟ ଟ୍ରେନରେ ଯାତ୍ରା କରିବେ । ପୂର୍ବାହ୍ନ ୧୧ଟାରେ ଗାଜିଆବାଦର ହିଣ୍ଡନ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ ।

ଏହାପରେ ପୂର୍ବାହ୍ନ ୧୧ଟା ୧୫ରୁ ରାତି ୧୧ଟା ୫୦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) କରିଡରର ଉଦଘାଟନ କରିବେ। ଏହା ସହ ସେ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିବେ । ଆରଆରଟିଏସର ପ୍ରଥମ ପର‌୍ୟ୍ୟାୟ ଉଦଘାଟନ ପରେ ସାହିବାବାଦରୁ ଦୁହାଇ ପର୍ୟ୍ୟନ୍ତ ୧୭ କିଲୋମିଟର ଦୀର୍ଘ ଟ୍ରାକ୍ ରେ ରାପିଡ୍ ଏକ୍ସ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨୧ରୁ ସାଧାରଣ ଲୋକ ରାପିଡ୍ ଏକ୍ସ ଟ୍ରେନରେ ଯାତ୍ରା କରିପାରିବେ।

author

Related Articles

Leave a Reply

Your email address will not be published. Required fields are marked *