ଉଦ୍‌ଘାଟିତ ହୋଇଛି ବୟନିକାର ସ୍ବତନ୍ତ୍ର ଶୋରୁମ

ଉଦ୍‌ଘାଟିତ ହୋଇଛି ବୟନିକାର ସ୍ବତନ୍ତ୍ର ଶୋରୁମ

ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ବ୍ରହ୍ମପୁର ଶିଳ୍ପାଞ୍ଚଳରେ ବୟନିକାର ସ୍ବତନ୍ତ୍ର ଶୋରୁମ । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୋରୁମକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ କରିବା ପରେ ମନ୍ତ୍ରୀ ଶୋରୁମରେ ବୁଲି ବୁଲି ବୁଣାକାର ମାନଙ୍କ ଶାଢ଼ୀ, ପାଟ, ଲୁଗା, ଡ଼୍ରେସକୁ ଦେଖିଥିଲେ । ଏହାସହିତ କିଛି ମହିଳାଙ୍କୁ ବୁଣାକାର ମାନଙ୍କ ଲୁଗା ପ୍ରଦାନ କରିଥିଲେ । ବ୍ରହ୍ମପୁରରେ ପୂର୍ବରୁ ମୟୁରୀ ଟାଓ୍ବାରରେ ବୟନିକାର ଏକ ଛୋଟିଆ ଶୋରୁମ ରହିଥିବା ବେଳେ ବର୍ତ୍ତମାନ ଏହି ଶୋରୁମ ସାରା ଓଡ଼ିଶାର ଶୋରୁମ ଠାରୁ ବଡ଼ ରହିଛି । ଏହି ଶୋରୁମରେ ଓଡ଼ିଶାର ସମସ୍ତ ଜିଲ୍ଲାର ବୁଣାକାର ମାନଙ୍କ ଦ୍ବାରା ଉତ୍ପାଦିତ ପାଟ, ସୂତା ଲୁଗା, ଟସର ହସ୍ତତନ୍ତ୍ର ବସ୍ତ୍ର ଉପଲବ୍ଧ ରହିଛି । ବୟନିକାର ଏହା ୪୨ତମ ଶୋରୁମ । ବୁଣାକାର ମାନେ ନିଜ କୌଣିକ ବୃତ୍ତି ନ କରି ଏଥିପ୍ରତି ମୁହଁ ଫେରାଉଛନ୍ତି । ବର୍ତ୍ତମାନ ବୟନିକା ଭଳି ଶୋରୁମ ହେବା ଦ୍ବାରା ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଏଠାରେ ବିକ୍ରିବଟା ହୋଇପାରିବ । ଯାହାଫଳରେ ବୁଣାକର ମାନେ ପୁଣି ଥରେ ନିଜ କୌଣିକ ବୃତ୍ତିକୁ ଫେରିବେ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦିର ବହୁଳ ପ୍ରଚାର ପ୍ରସାର କରିବା ଦିଗରେ ପ୍ରାଧାନ୍ୟ ଦେଉଥିବା ଯୋଗୁଁ ବର୍ତ୍ତମାନ ଖୋଦିକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଯାହାଫଳରେ ବୁଣାକାର ମାନେ ଅଧିକ ମାତ୍ରାରେ ଉପକୃତ ହେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ହସ୍ତତନ୍ତ କ୍ଷେତ୍ରରେ ୯ଟି ବୁଣାକାର ମାନଙ୍କ ଲୁଗା ଜିଆଇ ଟ୍ୟାଗ ପାଇଛି । ଆଉ ଏହି ୯ ପ୍ରକାରର ବୁଣାକାର ମାନଙ୍କ ଲୁଗା ଏଠାରେ ଉପଲବ୍ଧ ରହିଛି । ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଏଠାରେ ବୁଣାକାର ମାନଙ୍କ ଲୁଗା ଉପଲବ୍ଧ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଏହି ଶୋରୁମରୁ ପ୍ରାୟ ୪ କୋଟି ଟଙ୍କାର ବ୍ୟବସାୟ ହେବ । ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ ପ୍ରକାରର ହସ୍ତତନ୍ତ ଲୁଗା ଉପଲବ୍ଧ ରହିଛି । ତେଣୁ ଲୋକେ ନିଶ୍ଚିତ ଭାବେ ଏହି ଶୋରୁମକୁ ଆସି ଲୁଗା କିଣିବେ ବୋଲି ଆଶା ରଖାଯାଇଥିବା କହିଛନ୍ତି ବୟନିକାର ଏମଡ଼ି ।

author

Related Articles

Leave a Reply

Your email address will not be published. Required fields are marked *