୫ ମାସ ପରେ ବି ଖୋଲିଲାନି ରହସ୍ୟ
ସୁରକ୍ଷିତ ଅଛି ତ ଅଳଙ୍କାର !
କୁଆଡେ ଗଲା ବିଜେପିର ରତ୍ନଭଣ୍ଡାର ପ୍ରସଙ୍ଗ । ଆଉ କେବେ ସାମ୍ନାକୁ ଆସିବ ରତ୍ନଭଣ୍ଡାରର ରହସ୍ୟ । ଏଭଳି କିଛି ପ୍ରଶ୍ନ ଏବେ ବି ଅନେକଙ୍କ ମନରେ ଉଙ୍କି ମାରୁଛି । ହଁ ଆଜ୍ଞା, ସରକାର ବଦଳିଲା, ସିଷ୍ଟମ ବି ବଦଳିଲା କିନ୍ତୁ ରତ୍ନଭଣ୍ଡାରର ରହସ୍ୟ ସେଇ ରହସ୍ୟ ହୋଇ ରହିଗଲା । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି ସତ । ନିଜ ପ୍ରତିଶୃତି ପାଳନ କରିବାକୁ ଯାଇ ବିଜେପି ରତ୍ନଭଣ୍ଡାର ଖୋଲି ଲୋକଙ୍କ ବା ବା ନେଇଛି । କିନ୍ତୁ ଏହା ପରେ ପୁଣି ବିଜେପି ନିଜ ରଙ୍ଗ ବଦଳାଇ ଦେଇଛିା ନା ସେ ରତ୍ନଭଣ୍ଡାରକୁ ନେଇ କୌଣସି ସୂଚନା ଦେଉଛନ୍ତି ନା ରତ୍ନଭଣ୍ଡାରରେ କଣ କଣ ସବୁ ରହିଥିଲା ସେନେଇ କିଛି ସ୍ପଷ୍ଟତା ରଖୁଛନ୍ତି । ଯାହାକୁ ନେଇ ବିଜେପିକୁ ଲୋକେ ସମାଲୋଚନା କରୁଛନ୍ତି । ଅନ୍ୟପଟେ ବିଜେପି ରତ୍ନଭଣ୍ଡାର ଚାବି ହଜିଯାଇଥିବା , ବିଜେଡି ସରକାର ରତ୍ନଭଣ୍ଡାର ଲୁଟି ନେଇଥିବା ଖାସ କରି ଭିକେ ପାଣ୍ଡିଆନ ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ସବୁ ଅଳଙ୍କାର ତାମିଲନାଡୁ ନେଇଯାଇଥିବା ବିଜେପି ଅଭିଯୋଗ କରୁଥିଲେ । ଏପରିକି ସରକାର ପରିବର୍ତନ ପରେ ବି ଭିକେ ପାଣ୍ଡିଆନ ରତ୍ନଭଣ୍ଡାର ଚାବି ଫେରାଇ ଯିବାକୁ ଗଣମାଧ୍ୟମ ଆଗରେ କହିଥିଲେ ବିଜେପି ନେତା ।
କିନ୍ତୁ ପରବର୍ତୀ ସମୟରେ ବିଜେପି ନିଜେ ରତ୍ନଭଣ୍ଡାର ଖୋଲିବା ସହ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁ ସୁରକ୍ଷିତ ରହିଥିବା ଲୋକଙ୍କୁ କହିଥିଲେ । ଏବଂ ଖୁବଶୀଘ୍ର ରତ୍ନ ଅଳଙ୍କାରର ଗଣତି ହେବା ନୋଇ ଘୋଷଣା କରିଥିଲେ । କିନ୍ତୁ ସରକାରକୁ ଆସିବାର ୫ ମାସ ପରେ ବି ତାହା ହୋଇପାରିଲା ନାହିଁ ନା ସରକାର ସେ ସମ୍ପର୍କରେ କିଛି ଟିପ୍ପଣୀ ଦେଉଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଛି । ବିଜେପି ଜାଣି ଜାଣି ରତ୍ନଭଣ୍ଡାରର ସତ ଲୁଚାଉଛି ନା ଅନ୍ୟ କିଛି ରହସ୍ୟ ରହିଛି ତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଖାଲି ଏତିକି ନୁହେଁ ରତ୍ନଭଣ୍ଡାର ଖୋଲିବା ପରେ ପରେ ପ୍ରଥମ ଥର ପାଇଁ ବିମାନବନ୍ଦରରୁ ପ୍ରାୟ ୮୦ କେଜି ସୁନା ଅଳଙ୍କାର ଜବତ କରାଯାଇଥିଲା । ଏହା କେଉଁଠୁ ଆସିଲା, କିଏ ସପ୍ଲାଏ କରୁଥିଲା , ଭୁବନେଶ୍ୱରକୁ ଆମଦାନୀ ହେଉଥିଲା ନା ରପ୍ତାନୀ ହେଉଥିଲା ତାହା ସନ୍ଦେହ ଘେରରେ ରହିଥିଲା । ଏବଂ ବିଜେପି ରତ୍ନଭଣ୍ଡାରରୁ ଅଳଙ୍କାର ସବୁ ଅନ୍ୟତ୍ର ପଠାଉଥିବା ବିରୋଧୀ ଅଭିଯୋଗ ମଧ୍ୟ କରିଥିଲା । କିନ୍ତୁ ସେ ପ୍ରସଙ୍ଗ ମଧ୍ୟ ଦବିଗଲା । ସରକାର ମଧ୍ୟ ସେପ୍ରସଙ୍ଗରେ ଚୁପ୍ ରହିଲେ । ଆଉ ଏତେ ସବୁ ପରେ ବି ରତ୍ନଭଣ୍ଡାରରେ ତାଲା ପଡିଛି । ତେବେ ଦେଖାଯାଉ କେବେ ରତ୍ନଭଣ୍ଡାରକୁ ନେଇ ସରକାର ମୁହଁ ଖୋଲୁଛନ୍ତି ଏବଂ ନୂଆ ସରକାରରେ ବି ରତ୍ନଭଣ୍ଡାରର ସତ ସାଧାରଣ ଜନତା ଜାଣିପାରୁଛନ୍ତି ନା ନାହିଁ ତାହା ଦେଖିବାର କଥା ।