ଋଣ ପଇସା ଦେଲେ ବ୍ୟାଙ୍କ ଦେବ ଚକୋଲେଟ

ଋଣ ପଇସା ଦେଲେ ବ୍ୟାଙ୍କ ଦେବ ଚକୋଲେଟ

ଚକୋଲେଟ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି ଓ ଏହାକୁ ଉପହାର ମାଧ୍ୟମରେ ଦେଇଥାଉ । ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଚକୋଲେଟ ଦେଇ ପିଲାଙ୍କ ମନ ବୁଝାଯାଏ କିନ୍ତୁ ସେହି ଚକୋଲେଟ୍ ଦେଇ କେବେ କେଉଁଠି କିସ୍ତି ସୁଝିବା କଥା ଆପଣମାନେ ଦେଖିଛନ୍ତି । ହଁ ଆଜ୍ଞା ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । କିସ୍ତି ନ ଦେବା ଲାଗି ଯେଉଁ ଗ୍ରାହକ ଭାବି ଥିବେ ସେମାନଙ୍କ ପାଖକୁ ବ୍ୟାଙ୍କ ତରଫରୁ ଏକ ଚକୋଲେଟ ପ୍ୟାକେଟ ପଠାଇ ସେମାନଙ୍କୁ କିସ୍ତି କଥା ମନେପକାଇବ ବ୍ୟାଙ୍କ। ଏହି କାର୍ଯ୍ୟ ଲାଗି ବ୍ୟାଙ୍କ ଦୁଇଟି ଆର୍ଥିକ ସଂସ୍ଥା ସହିତ ମିଶିଛି । ଗୋଟିଏ ସଂସ୍ଥା ଗ୍ରାହକ ମାନଙ୍କ ସହିତ ବୁଝାମଣା କରିବ ଓ ଅନ୍ୟଟି ଋଣ ରେ ଅବହେଳା କରୁଥିବା ଲୋକମାନଙ୍କ ବିଷୟରେ ଜଣାଇବ ସେହି ସଂସ୍ଥାର ଜଣେ ବ୍ୟକ୍ତି ଚକୋଲେଟ ନେଇ ଗ୍ରାହକଙ୍କ ପାଖରେ ପହଁଞ୍ଚି ତାଙ୍କୁ କିସ୍ତି କଥା ମନେ ପକାଇବ । ପନ୍ଦର ଦିନ ପୂର୍ବରୁ ଏହାର ପରୀକ୍ଷଣ ଆରମ୍ଭ ହୋଇସାରିଛି । ଏହା ସଫଳ ହେଲେ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *