ଏଏସଓଙ୍କୁ ମାଡ ମାରିବା ଘଟଣାରେ ସରକାରକୁ ଘେରିଲେ ଲେଖାଶ୍ରୀ…

ଏଏସଓଙ୍କୁ ମାଡ ମାରିବା ଘଟଣାରେ ସରକାରକୁ ଘେରିଲେ ଲେଖାଶ୍ରୀ…

ବିଜେପିର ନିଦ ହଜାଇଲେଣି ବିଜେଡି ନେତା । ପୂର୍ବରୁ ଖୋଜି ଖୋଜି ପ୍ରସଙ୍ଗ ବାହାର କରି ବିରୋଧୀ ଶାସକ ଦଳକୁ ଆଟାକ କରୁଥିଲେ । କିନ୍ତୁ ଏବେ ବିଜେପି ହିଁ ବିରୋଧୀଙ୍କୁ ପ୍ରସଙ୍ଗ ଦେଉଛି । ଏଏସଓ ବୈକୁଣ୍ଟ ନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ ମାରିବା ଘଟଣାରେ ବିଜେଡି ସରକାରକୁ ଘେରିଛି । ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ଅନ୍ୟ କିଛି ପ୍ରସଙ୍ଗ ନକରି ସିଧାସଳଖ ଓଡିଆ ଅସ୍ମିତାକୁ ଆକ୍ଷେପ କରିଛନ୍ତି । ଏବଂ ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରିବା ଘଟଣାର ୧୦ ଦିନ ହେଲାଣି, ତଥାପି ରାଜ୍ୟ ସରକାର କୌଣସି କାର‌୍ୟ୍ୟାନୁଷ୍ଠାନ ନେଲେନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୁଃଖଦାୟକ ଓ ହୃଦୟ ବିଦାରକ । ରାଜ୍ୟ ସରକାର ଓଡିଆ ଅସ୍ମିତା ମୁଣ୍ଡେଇବାର ନାଟକ କରୁଛନ୍ତି । ଯଦି ମୋହନ ସରକାରର ଆନ୍ତରିକତା ଥାନ୍ତା, ତେବେ ସେ କାର‌୍ୟ୍ୟାନୁଷ୍ଠାନ ନେଇଥାନ୍ତେ । ଜଣେ ଅଣ ଓଡିଆ ଲୋକ ଓଡିଆଙ୍କୁ ନିସ୍ତୁକ ମାଡ ମାରୁଛନ୍ତି । ସର୍ବଭାରତୀୟ ସ୍ତରରେ ଓଡିଶା ନିନ୍ଦିତ ହେଉଛି । ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି । ଆଇନ୍ ସମସ୍ତଙ୍କ ପାଇଁ ସମାନ, ହେଲେ ଗରିବ ଲୋକ ପାଇଁ ଗୋଟେ ଆଇନ୍ ଓ ପଦ ପଦବୀରେ ଥିବା ଲୋକ ପାଇଁ ଆଉ ଗୋଟେ ଆଇନ୍ ଆମେ ପ୍ରଥମ ଥର ଦେଖୁଛୁ । ଗର୍ଭଣ୍ଣର ପୁଅ ବୋଲି କଣ ସାତ ଖୁନ୍ ମାଫ୍ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

author

Related Articles

Leave a Reply

Your email address will not be published. Required fields are marked *