ଏକାଠି ହେଲେ ମନ୍ମଥ, ଶ୍ରୀମୟୀ,ଲେଖାଶ୍ରୀ ରାଜରାସ୍ତାରେ ମୋହନଙ୍କୁ ଦେଲେ ୱାର୍ଣ୍ଣିଂ !

ଏକାଠି ହେଲେ ମନ୍ମଥ, ଶ୍ରୀମୟୀ,ଲେଖାଶ୍ରୀ ରାଜରାସ୍ତାରେ ମୋହନଙ୍କୁ ଦେଲେ ୱାର୍ଣ୍ଣିଂ !

ନିର୍ବାଚନ ପରେ ପ୍ରଥମ ଥର ଏକାଠି ନଜର ଆସିଛନ୍ତି ବିଜେଡିର ସବୁଠୁ ଚର୍ଚ୍ଚାରେ ରହିଥିବା ୩ ଜଣ ଚେହେରା । ମନ୍ମଥ ରାଉତରାୟ, ଲେଖାଶ୍ରୀ ସାମ୍ନାସିିଂହାର ଏବଂ ଶ୍ରୀମୟୀ ମିଶ୍ରଙ୍କୁ ଆଜି ଏକାଠି ବିଜେପି ବିରୁଦ୍ଧରେ ସ୍ୱର ଉଠାଉଥିବା ଦେଖିବାକୁ ମିଳିଛି । ତେବେ ଆଜି ରାଜଧାନୀର ରାଜରାସ୍ତାରେ ବିରୋଧୀ ବିଜେଡି ମୋହନ ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇଛି । ଭରତପୁର ଥାନା ଅଧିକାରୀ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅମାନବୀୟ ନିଯ୍ୟାତନା ଦେଇଥିବା ଘଟଣା ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ରାଜ୍ୟ ସହ ରାଜ୍ୟ ବାହାରେ ତୀବ୍ର ନିନ୍ଦା କରାଯାଉଛି । ଯାହାକୁ କେନ୍ଦ୍ର କରି ବିଜେଡିର ନେତାମାନେ ଗତକାଲିଠାରୁ ଆଟାକିଂ ମୋଡରେ ଆସିବା ସହ ବିଭିନ୍ନ ସ୍ଥାନରେ ଏହାକୁ ନେଇ ରାସ୍ତାରେ ବସୁଛନ୍ତି । ଆଉ ଆଜି ଏହା ତୀବ୍ର ରୂପ ନେଇଛି । ବିଜୁ ଜନତା ଦଳର ନେତା ଏବଂ କର୍ମୀମାନେ ଖାସ କରି ମହିଳା କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ମୋହନ ମାଝୀ ହାଏ ହାଏ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଛନ୍ତି । ଜଣେ ମହିଳାଙ୍କୁ ଏପରି ନିଯ୍ୟାତନା ଦେବା କଣ ବିକାଶ କଣ ପରିବର୍ତନ ବୋଲି ପ୍ରଶ୍ନ କରିଛନ୍ତି । ଏବଂ ଏହାକୁ ଆଦୌ ବରଦାସ୍ତ କରାଯିବନି ବୋଲି ରାଜରାସ୍ତାରେ ଆହ୍ୱାନ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *