ଏକା ଲଢିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ !

ଏକା ଲଢିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ !

ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଏକ ରାଲି ବେଳେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ପଞ୍ଜାବ ଓ ଦିଲ୍ଲୀରେ ଆମ ଆଦମୀ ସରକାରକୁ କାମ କରିବାରେ ବାଧା ଦିଆଯାଉଛି । ହେଲେ ଦିଲ୍ଲୀର ଭୋଟର ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ ଟି ଆସନରେ ଆମକୁ ବିଜୟୀ କରାଇବେ ବୋଲି କେଜ୍ରିୱାଲ କହିଛନ୍ତି । ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି କି, ବିଜେପିର ଭୟ ରହିଛି କାଳେ କେନ୍ଦ୍ରରେ ଆପ୍ ର ସରକାର ଆସିଯିବ । ପୁରା ଦେଶରେ ଆମ୍ ଆଦମୀ ପାର୍ଟି ଆଗକୁ ବଢୁଥିବାରୁ ବିଜେପି ଭୟଭିତ ହୋଇପଡିଛି । ଇଣ୍ଡିଆ ମେଣ୍ଟର ମୁଖ୍ୟଦଳ କଂଗ୍ରେସ ହୋଇଥିବା ବେଳେ ବଡ ସହଯୋଗୀ ଦଳ ହେଉଛି ଆମ୍ ଆଦମୀ ପାର୍ଟି ।

author

Related Articles

Leave a Reply

Your email address will not be published. Required fields are marked *