‘ଏକ୍ସ’ କୁ ନେଇ ଆସିଲା ନୂଆ ନିୟମ

‘ଏକ୍ସ’ କୁ ନେଇ ଆସିଲା ନୂଆ ନିୟମ

ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଆସିବାକୁ ଯାଉଛି ଏକ ନୂଆ ନିୟମ । ଏଣିକି ଆଉ ବ୍ଲୁ ଟିକ୍ ନୁହଁ ବରଂ ଏକ୍ସ ବ୍ୟବହାର କରିବା ପାଇଁ ବି ଟଙ୍କା ଦେବାକୁ ପଡିବ । ଏନେଇ ଏକ ପୋଷ୍ଟ ଯୋଗେ ପ୍ଲାଟଫର୍ମ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଆଗକୁ ଯେଉଁ ନୂଆ ୟୁଜର୍ସ ଏକ୍ସରେ ଯୋଡିହେବେ ସେମାନଙ୍କୁ ଏହାକୁ ବ୍ୟବହାର କରିବା ପାଇଁ ଦେୟ ଦେବାକୁ ପଡିବ । ନୂଆ ୟୁଜର୍ସ ମାନଙ୍କୁ ଲାଇକ୍‌, କମେଣ୍ଟ, ରିପ୍ଲାଏ ଏବଂ ଟ୍ୱିଟ୍ ବୁକମାର୍କିଂ କରିବା ପାଇଁ ଟଙ୍କା ଗଣିବାକୁ ପଡିବ । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଦେବାକୁ ପଡିବ ତାହା ସ୍ପଷ୍ଟ ହୋଇନି ।

author

Related Articles

Leave a Reply

Your email address will not be published. Required fields are marked *