ଏଟିଏମ କାର୍ଡ ବଦଳାଇ ପୁଣି ଟଙ୍କା ଲୁଟ

ଏଟିଏମ କାର୍ଡ ବଦଳାଇ ପୁଣି ଟଙ୍କା ଲୁଟ

ଭୁବନେଶ୍ୱର:

ରାଜଧାନୀ ସହର ଭୁବନେଶ୍ୱର ସ୍ମାର୍ଟ ହେବ ସହ ଲୁଟେରା ବି ସ୍ମାର୍ଟ ହେଉଛନ୍ତି | ଏଣିକି ଲୁଟେରା ଏଟିଏମ କାର୍ଡ ବଦଳାଇ ତାଙ୍କ ଚାଲୁ କରିବା ରାଜଧାନୀରେ ଏକ ଧାରା ପାଲଟିଯାଇଛି | ଏଟିଏମ୍କୁ ଆସୁଥିବା ବରିଷ୍ଠ ନାଗରିକ କିମ୍ବା ଏଟିଏମ୍ରୁ ଟଙ୍କା ଉଠାଇବାରେ କମ ଜ୍ଞାନ ରହିଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛନ୍ତି | ଏଟିଏମ ନିକଟରେ ଲୁଚି ରହି, ସହାୟତା କରିବା ଆଳରେ ମିଠାମିଠା କଥା ହେଉଛନ୍ତି | ପରେ କଥା ହେବାର ଛଳନା କରି ଏଟିଏମ କାର୍ଡ ବଦଳାଇ ଅବିକଳ ଆଉ ଏକ କାର୍ଡ ଧରାଇ ଦେଉଛନ୍ତି | ଟଙ୍କା ଉଠାଇବାକୁ ଆସିଥିବା ବ୍ୟକ୍ତିର ପଛପଟେ ଛିଡା ହୋଇ କାର୍ଡ଼ର ସିକ୍ରେଟ ପିନ ଦେଖି ଦେଉଛନ୍ତି | ଏହିପରି ଚତୁରତାର ସହ ଟଙ୍କା ଉଠାଇ ଅନ୍ୟ କାହାର ଆକାଉଣ୍ଟକୁ ପର୍ଯ୍ୟାକ୍ରମେ ପଠାଇ ଦେଉଛନ୍ତି ଲୁଟେରା | ଆଉ ସେ ଟଙ୍କାକୁ ନେଇ ପ୍ରେମିକ କିମ୍ବା ପତ୍ନୀଙ୍କ ଲାଗି କିଣୁଛନ୍ତି ସୁନାଗହଣା | ସହରରୁ ଏପରି ଠକେଇ କରୁଥିବା କିଛି ଲୁଟେରା ଏବେ ପୋଲିସ ହାବୁଡ଼ରେ ପଡିବା ପରେ ପଦାକୁ ଆସିଛି ସତ | ସେମାନଙ୍କ ଠାରୁ ଜବତ ହୋଇଛି ପୁଳାପୁଳା ସୁନାଗହଣା | ଆଉ ଠକେଇ ତାଙ୍କ ଯେଉଁସବୁ ଆକାଉଣ୍ଟକୁ ଯାଉଛି, ପରବର୍ତ୍ତୀ ସମୟରେ ସୁନାଗହଣା | କିଣିବା ବାବଦରେ ଟଙ୍କା ସେଇ ଆକାଉଣ୍ଟକୁ ପୈଠ କରାଯାଉଛି |

ସେହିପରି ଭୁବନେଶ୍ୱରେ କାର୍ଡ ଅଦଳବଦଳ ଖେଳରୁ ଫସିଲେଣି ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି | କ୍ୟାପିଟାଲରୁ ଇନ୍ଫୋସିଟି,ଏୟାରପୋର୍ଟରୁ ଲଷ୍ମୀସାଗର | ସବୁଠି ଏହି ଗ୍ୟାଙ୍ଗ ଉତ୍ପାତ କରୁଛନ୍ତି | କିଛି ଦିନ ତଳେ ଲଷ୍ମୀସାଗର ଥାନା ପୋଲିସ କାର୍ଡ ବଦଳାଇ ଲୁଟୁଥିବା ଆନ୍ତଃଜିଲ୍ଲା ରୟାକେଟକୁ ଠାବ କରିଥିଲା | ରୟାକେଟ ସଦସ୍ୟ ଗୋବର୍ଦ୍ଧନ ଓ ମନୋଜ କୁମାର ସାହୁଙ୍କୁ କାବୁ କରିବା ସହ ୫ଲକ୍ଷ ୫୦ହଜାର ଟଙ୍କା | ୫୦ଗ୍ରାମର ସୁନା ଅଳଂକାର ଏବଂ ୧୮ଟି ଏଟିଏମ କାର୍ଡ ଜବତ କରିଥିଲା | କମିସନରେଟ ପୁଲିସ | ଏଥି ସହ କିଛି ଘଟଣାରେ ପୁଲିସକୁ ସଫଳତା ମିଳିଥିବା ବେଳେ ଅନେକ ଘଟଣାରେ ଲୁଟେରାଙ୍କୁ ଠାବ ଲାଗି ପ୍ରକ୍ରିୟା ଏବେ ଜାରି ରହିଛି | ସେପଟେ ଏଟିଏମ୍ରୁ ଟଙ୍କା ଉଠାନ ବେଳେ ସହାୟତା ଲାଗି ବ୍ୟକ୍ତିଙ୍କୁ ଖୋଜୁଥିଲେ ହୁସିଆର ସହାୟତା ଆଳରେ ଲୁଟେରା ଗ୍ୟାଙ୍ଗ ସହରରେ ସକ୍ରିୟ ହୋଇଛନ୍ତି | ଭୁବନେଶ୍ୱର ଅଧା ଥାନା ଅଞ୍ଚଳରେ ଟଙ୍କା ଉଠାଇବା ଲାଗି ସହାୟତା ଲୋଡି ଫସିଯାଇଛନ୍ତି ବରିଷ୍ଠ ନାଗରିକ | ଏଟିଏମ କାର୍ଡ ବଦଳାଇ ଦେଇ ଟଙ୍କା ଉଠାଇ ଚମ୍ପଟ ହୋଇଯାଉଛନ୍ତି ଲୁଟେରା | ଏଥିରୁ ଦୁରେଇ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି କମିସନରେଟ ପୋଲିସ |

author

Related Articles

Leave a Reply

Your email address will not be published. Required fields are marked *