ଏଣିକି ଅଧଘଣ୍ଟାରେ ଯାତ୍ରୀଙ୍କୁ ମିଳିବ ସେମାନଙ୍କ ଲଗେଜ୍ !

ଏଣିକି ଅଧଘଣ୍ଟାରେ ଯାତ୍ରୀଙ୍କୁ ମିଳିବ ସେମାନଙ୍କ ଲଗେଜ୍ !

ଏଣିକି ବିମାନ ପହଁଞ୍ଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ମିଳିବ ସେମାନଙ୍କ ଲଗେଜ୍ । ସମସ୍ତ ଏୟାରଲାଇନ୍ସକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି । ଫେବୃଆରୀ ୨୬ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି । ଏହାକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ କଡା ଚେତାବନୀ ବି ଦିଆଯାଇଛି । ବିମାନ ବନ୍ଦରରେ ନିଜ ଜିନିଷ ପାଇବାକୁ ଯାତ୍ରୀଙ୍କୁ ବେଳେ ବେଳେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏବେ ଏଥିରେ ବିମାନ ଚଳାଚଳ ମନ୍ତ୍ରାଳୟ ହସ୍ତକ୍ଷେପ କରି ନିର୍ଦ୍ଦେଶନାମା ଜାରି କରିଛି । ନିର୍ଦ୍ଦେଶନାମା ଅନୁସାରେ, ବିମାନ ପହଁଞ୍ଚିବାର ୧୦ ମିନିଟରୁ ୩୦ ମିନିଟ୍ ଭିତରେ ଯାତ୍ରୀମାନଙ୍କୁ ସେମାନଙ୍କ ଲଗେଜ୍ ଯୋଗାଇବା ନିଶ୍ଚିତ କରିବାକୁ କୁହାଯାଇଛି । ୨୬ ଫେବୃଆରୀ ସୁଦ୍ଧା ବ୍ୟାଗେଜ୍ ଠିକ୍ ସମୟରେ ଦେବାକୁ ସୁନିଶ୍ଚିତ କରିବା ପାଇଁ ବିସିଏଏସ୍ ଏୟାରଲାଇନ୍ସକୁ କହିଛି । ଫେବୃଆରୀ ୧୬ରେ ସାତୋଟି ଏୟାରଲାଇନ୍ସ – ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାସା ଏୟାର, ସ୍ପାଇସ୍ଜେଟ୍, ଭିଷ୍ଟାରା, ଏଏକ୍ସ କନେକ୍ଟ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *