ଏଣିକି ଆଉ 5ବର୍ଷ ମାଗଣା ଚାଉଳ

ଏଣିକି ଆଉ 5ବର୍ଷ ମାଗଣା ଚାଉଳ

24 ପାଇଁ ନୂଆ ନୂଆ ସ୍କିମ ନେଇ ମଇଦାନକୁ ଓହ୍ଲାଉଛନ୍ତି ରାଜନୈତିକ ଦଳ । ଏହାଭିତରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ୫ ବର୍ଷ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଆଜି ଏହି ଅବଧିକୁ ମଧ୍ୟ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ପୂର୍ବଭଳି ରାସନ ପ୍ରଦାନ କରାଯିବ । ଏଥିରେ ରାଜ୍ୟର ୧୦ ଲକ୍ଷ ହିତାଧିକାରୀ ମାସକୁ ମାଗଣାରେ ୫ କେ.ଜି ଲେଖାଏଁ ଚାଉଳ ପାଇବେ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *