ଏଣିକି ଜଳ ନଷ୍ଟ କଲେ ଗଣିବେ ତଣ୍ଡ; ଲାଗୁହେଲା କଠୋର ନିୟମ

ଏଣିକି ଜଳ ନଷ୍ଟ କଲେ ଗଣିବେ ତଣ୍ଡ; ଲାଗୁହେଲା କଠୋର ନିୟମ

ଏଣିକି ଜଳ ନଷ୍ଟ କଲେ ଗଣିବେ ତଣ୍ଡ । ଲାଗୁହେଲା କଠୋର ନିୟମ । ପାଣି ନଷ୍ଟ କଲେ କଠୋର ଦଣ୍ଡବିଧାନ ସହ ଦେବାକୁ ପଡିବ ଫାଇନ୍ । ଦିନକୁ ଦିନ ଜଳ ସଙ୍କଟ ବଢୁଥିବାରୁ ଏଭଳି କିଛି ନିଷ୍ପତ୍ତି ବାଙ୍ଗାଲୁରୁର ବିଭଇନ୍ନ ହାଉସିଂ ସୋସାଇଟି ପକ୍ଷରୁ ନିଆଯାଇଛି । ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ପାଇପରୁ ଅନବରତ ପାଣି ଚାଲୁଥିବା ଦେଖାଯାଉଛି । ତେବେ ପାନୀୟ ପାଣିର ଅପଚୟକୁ ରୋକିବା ପାଇଁ ବେଙ୍ଗାଲୁରୁର ଏକ ହାଉସିଂ ସୋସାଇଟି ଏକ କଠୋର ନିୟମ ଲାଗୁ କରିଛି । ଜଳ ନଷ୍ଟ କଲେ ୫ ହଜାର ଟଙ୍କାର ଫାଇନ୍ ଲାଗୁ କରାଯିବ । ଏଥିସହିତ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ଜଣେ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *