ଏଣିକି ଦିନ ତାପମାତ୍ରା ସହ ବଢିବ ରାତି ତାପମାତ୍ରା

ଏଣିକି ଦିନ ତାପମାତ୍ରା ସହ ବଢିବ ରାତି ତାପମାତ୍ରା

ଏଣିକି ଦିନ ତାପମାତ୍ରା ସହ ବଢିବ ରାତି ତାପମାତ୍ରା । ଏବେ ଗରମ ହେବ ରାତି । ଗତ ଶୁକ୍ରବାର ଚଳିତବର୍ଷ ପ୍ରଥମ ଥର ପାଇଁ ଦିନର ସବୋଚ୍ଛ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ରାତିରେ ବି ଅଧିକ ଗରମ ଅନୁଭୂତ ହେଉଛି । ସ୍ୱାଭାବିକ ଠାରୁ ରାତି ତାପମାତ୍ରା ୫ ଡିଗ୍ରୀରୁ ଅଧିକ ରହୁଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ଗରମ ବୃଦ୍ଧି ପାଇବ ବୋଲି ଆଂଚଳିକ ପାଣିପାଗ ବିଭାଗ କହିଛି । ଉତର ଓଡ଼ିଶାର କିଛି ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ୬୫ ପ୍ରତିଶତରୁ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଛି, ଯାହାଫଳରେ ଗୁଳୁଗୁଳି ବହୁତ ଅଧିକ ହେଉଛି । ଉପକୂଳରେ ଝାଂଜିପବନ ଓ ଗୁଳୁଗୁଳି ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ଅଧିକ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *