ଏଣିକି ଧରାପଡିଯିବ ଡିପଫେକ୍ ଭିଡିଓ

ଏଣିକି ଧରାପଡିଯିବ ଡିପଫେକ୍ ଭିଡିଓ

ସାରା ଦେଶରେ ଏବେ ଡିପ୍ଫେକ ଭିଡିଓକୁ ନେଇ ଚର୍ଚ୍ଚା ଜାରି ରହିଛି । ପ୍ରଥମେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପରେ ଅନେକ ସେଲିବ୍ରିଟି ଏହାର ଶିକାର ହେଲେଣି। ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଜଣଙ୍କୁ ଅତି ସହଜରେ ବଦନାମ କରାଯାଉଛି ଏବଂ ସାଇବର ଲୁଟ୍ ମଧ୍ୟ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ନିର୍ବାଚନରେ ନେତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ପାଇଁ ଏହାକୁ ବ୍ୟବହାର କରିବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଡିପଫେକ ଡିଟେକ୍ସନ ଏକ୍ସପର୍ଟଙ୍କ ଗୋଟିଏ ଟିମ ଏହାକୁ ଚିହ୍ନଟ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।


ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ଏନେଇ ଖୁବଶୀଘ୍ର ଏକ ଟୁଲ୍ ଆଣିବାକୁ ଯାଉଛି । ଏହା ଉପରେ ବର୍ତ୍ତମାନ କାମ ଚାଲୁଥିବା ଜଣାପଡିଛି । ଏଥିରେ ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓ ଏମଏମଏଚର ଇଣ୍ଡିଆନ ସାଇବରକ୍ରାଇମ କୋର୍ଡିନେସନ ସେଣ୍ଟର ଡିପାର୍ଟମେଣ୍ଟ ରିସର୍ଚ୍ଚ କରି ଡିପଫେକ୍ ଡିଟେକ୍ସନ ଟୁଲ୍ସ ପ୍ରସ୍ତୁତ କରୁଛନ୍ତି । ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଥିବା ପ୍ରତିଟି ସାଇବର ଥାନାରେ ଏହି ଟୁଲ୍ସ ବ୍ୟବାହାର କରାଯିବ।

author

Related Articles

Leave a Reply

Your email address will not be published. Required fields are marked *