ଏଣିକି ନେଟୱର୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବେନି ଗ୍ରାମବାସୀ, ପ୍ରଧାନମନ୍ତ୍ରୀଙ୍କ ନୂଆ ପ୍ରୟାସ

ଏଣିକି ନେଟୱର୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବେନି ଗ୍ରାମବାସୀ, ପ୍ରଧାନମନ୍ତ୍ରୀଙ୍କ ନୂଆ ପ୍ରୟାସ

ଏବେ ଆଉ କୌଣସି ଗାଁର ଲୋକେ ମୋବାଇଲ ନେଟୱର୍କ ଅସୁବିଧାର ସମ୍ମଖୀନ ହେବେ ନାହିଁ । ଏଥପାଇଁ ପ୍ରୟାସ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋବାଇଲ୍ ଫୋନ୍ ନେଟଓ୍ବର୍କ କଭରେଜ ସଫଳତା ହାସଲ କରିବା ପାଇଁ ସମସ୍ତ ଗାଁରେ ମୋବାଇଲ୍ ଟାଓ୍ୱର ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗକୁ ୨୦୨୪ ମାର୍ଚ୍ଚ ସୁଦ୍ଧା ସମୟସୀମା ଧାର୍ଯ୍ୟ କରିଛନ୍ତି।

5G communications tower with man using mobile phone

ବୁଧବାର ପିଏମ୍-ପ୍ରଗତି ବୈଠକରେ ମୋଦି ମୋବାଇଲ୍ ଟାଓ୍ୱାର ସ୍ଥାପନରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଡ୍ୟାମ୍ ନିର୍ମାଣକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇପାରନ୍ତି, କିନ୍ତୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଟେଲିକମ୍ ଟାଓ୍ୱାର ସ୍ଥାପନକୁ ସେ ସବୁବେଳେ ସମର୍ଥନ କରିବେ ବୋଲି କହିଛନ୍ତି। ଅଧିକାରୀମାନେ ଜମି ନମିଳିବା ଏବଂ ଦୁର୍ଗମ ସ୍ଥାନକୁ ବିଳମ୍ବର କାରଣ ଦର୍ଶାଇବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଡ୍ୟାମ ନିର୍ମାଣକୁ ଟେଲିକମ୍ ଟାଓ୍ୱାର ସ୍ଥାପନ ସହିତ ତୁଳନା କରିଥିଲେ। ଆର୍ଥିକ ବର୍ଷ ଶେଷ ସୁଦ୍ଧା କାମ ସାରିବାକୁ ସେ ପରାମର୍ଶ ଦେଇଛନ୍ତି। ଗୁଜରାଟରେ ୬୬ଟି ଟାଓ୍ୱାର ସ୍ଥାପନରେ ବିଳମ୍ବକୁ ନେଇ ମଧ୍ୟ ମୋଦୀ ଉଦବେଗ ପ୍ରକାଶ କରିଛନ୍ତି।

ସରକାର ମୋବାଇଲ ଫୋନ କଭରେଜରେ ସଫଳତା ହାସଲ କରିବା ପାଇଁ ବିଭିନ୍ନ ଏଜେନ୍ସିରୁ କେନ୍ଦ୍ରୀୟ ରାଇଟ୍ ଅଫ୍ ଓ୍ବେ (ROW) ଅନୁମୋଦନ ପାଇଁ ଏକ ସମର୍ପିତ ଓ୍ୱେବସାଇଟ୍ ‘Gatishakti ସଞ୍ଚାର’ ନିର୍ମାଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଓ ଝାଡଖଣ୍ଡର ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପ ନିର୍ମାଣ କରିବା ସମୟରେ କେନାଲଗୁଡ଼ିକ ମଧ୍ୟ ଏକକାଳୀନ ନିର୍ମାଣ କରାଯିବାକୁ ସେ ଜଳସମ୍ପଦ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *