ଏଣିକି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କଲେ ମିଳିବ ୧୦ ବର୍ଷ ଜେଲ୍‌

ଏଣିକି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କଲେ ମିଳିବ ୧୦ ବର୍ଷ ଜେଲ୍‌

ଏଣିକି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେଲେ ମିଳିବ ଜେଲଦଣ୍ଡାଦେଶ । ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷା ପୂବରୁ ହେଉଥିବା ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ଲୋକସଭାରେ ଏକ ବିଲ୍ ପାସ୍ ହୋଇଛି । ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଗଲେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ସେ ମୋହର ମାରିବା କ୍ଷଣି ପେପର ଲିକ୍ ଏ ପରୀକ୍ଷାରେ ହେଉଥିବା ହେରଫେରକୁ ରୋକିବା ପାଇଁ ଆସିଥିବା ବିଲ ଆଇନରେ ପରିଣତ ହେବ । ବିଲ୍ ଦ୍ୱାରା ସ୍ୱଚ୍ଛତା ଓ ନିରପେକ୍ଷତା ସହ ପରୀକ୍ଷା ଦେଉଥିବା ପିଲାଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ। କିନ୍ତୁ ଯେଉଁମାନେ ପେପର ଲିକ କରିବେ କିମ୍ବା ଉତ୍ତର ଖାତାରେ ହେରଫେର କରିବେ, ସେମାନଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପରୀକ୍ଷା ସହ ଜଡ଼ିତ ସମସ୍ତ ଅପରାଧକୁ ଜାମିନ ବିହୀନ ଓ କେବଳ ଜୋରିମାନାହୀନ କରାଯାଇଛି। ଏହାର ଅର୍ଥ ପୁଲିସ୍ ନିଜ ଇଚ୍ଛା ଅନୁସାରେ ବିନା ୱାରେଣ୍ଟରେ ସନ୍ଦିଗ୍ଧଙ୍କୁ ଗିରଫ କରିପାରିବ। ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ। ସେହିପରି ଅପରାଧକୁ ବୁଝାମଣା କରି ରଫାଦଫା କରାଯାଇ ପାରିବ ନାହିଁ ବୋଲି ବିଲରେ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିଲ ଉପସ୍ଥାପନ କରି କହିଛନ୍ତି ଯେ ପ୍ରଶ୍ନପତ୍ର କିମ୍ବା ଉତ୍ତରଖାତା ଲିକ କରିବା, ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବେ ଜଣେ ପରୀକ୍ଷାର୍ଥୀଙ୍କୁ ବେଆଇନ ଭାବେ ସହଯଗୋ କରିବା କିମ୍ବା ପରୀକ୍ଷାରେ ହେରଫେର କରିବା ଆଦିକୁ ବିଲରେ ଅପରାଧ ଭାବେ ବିବେଚନା କରାଯାଇଛି।


ବିଲ୍ରେ ବ୍ୟବସ୍ଥା ହୋଇଛି ଯେ ଯଦି କେହି ବ୍ୟକ୍ତି କିମ୍ବା ଗ୍ରୁପ ପ୍ରଶ୍ନପତ୍ର ଲିକ କିମ୍ବା ଉତ୍ତର ଖାତାରେ ହେରଫେର କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କୁ ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡ ମିଳିବ। ଏହାକୁ ୫ ବର୍ଷ ବୃଦ୍ଧି କରାଯାଇ ପାରିବ ଓ ଫାଇନ ୧୦ ଲକ୍ଷ ଟଙ୍କା ଯାଏ ରହିବ।

author

Related Articles

Leave a Reply

Your email address will not be published. Required fields are marked *