ଏଣିକି ବାହାରେ ମଦପିଇବା ପଡିବ ମହଙ୍ଗା

ଏଣିକି ବାହାରେ ମଦପିଇବା ପଡିବ ମହଙ୍ଗା

ଗାଁ ଠୁ ସହର ଚାରିଆଡେ କାୟା ମେଲାଉଛି ନିଶାଦ୍ରବ୍ୟ । ଯୁବପିଢିଙ୍କୁ ନଷ୍ଟ କରୁଛି ନିଶାଦ୍ରବ୍ୟ । ମଦ,ଗଞ୍ଜେଇ,ବ୍ରାଉନସୁଗାର ଭଳି ନିଶା ଖାଇ ଖରାପ ଗତିକୁ ଯାଉଛନ୍ତି । ଏଣିକି ରାଜଧାନୀରେ ଖୋଲା ସ୍ଥାନରେ ମଦ୍ୟପାନ କରିବା ମହଙ୍ଗା ପଡିପାରେ ।

Close-up Of Businessman Hand Reject A Glass Of Whisky Offered By Businessperson

ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ କଲୋନୀ, ଆବାସିକ ଅଂଚଳ, ଖଣ୍ଡଗିରି ଥାନା, କ୍ୟାପିଟାଲ ଥାନା ଅଂଚଳରେ ଥିବା ବିଭିନ୍ନ ଖଟି ଉପରେ ବ୍ୟାପକ ଅଭିଯାନ ଆରମ୍ଭ କରିଛି ପୋଲିସ । ଅଭିଯାନ ଆଧାରରେ ଖୋଲା ସ୍ଥାନରେ ମଦ୍ୟପାନ କରୁଥିବା ୧୫ଜଣଙ୍କୁ ଖଣ୍ଡଗିରି ଥାନା ଏବଂ ୧୧ ଜଣଙ୍କୁ କ୍ୟାପିଟାଲ ଥାନା ଉଠାଇ ନେଇଛି । ସେଫ୍ ସିଟି ଡ୍ରାଇଭ ଭୁବନେଶ୍ୱର ଅନ୍ତର୍ଗତ ଏହି ଅଭିଯାନ ଚଳାଇଛି କମିଶନରେଟ୍ ପୋଲିସ । ଏଥିରେ 60ଟି ଟିମ ଓ ସିଟିଏସ୍ ଫୋର୍ସର ଅଧିକାରୀ ନିୟୋଜିତ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *