ଏଥର ଆଗୁଆ ମିଳିପାରିବ ଭୂକମ୍ପର ସୂଚନା

ଏଥର ଆଗୁଆ ମିଳିପାରିବ ଭୂକମ୍ପର ସୂଚନା

ଆଜି ଗୁଗଲ ଭାରତର ଆଣ୍ଡ୍ରୁଏଡ ସିଷ୍ଟମଗୁଡ଼ିକ ପାଇଁ ଭୂକମ୍ପ ଆଲର୍ଟ ସିଷ୍ଟମ ଲଞ୍ଚ କରିଛି। ଏହି ସିଷ୍ଟମ ସ୍ମାର୍ଟଫୋନରେ ସେନସର ଭାବେ କାମ କରିବ। ଏହାଦ୍ୱାରା ଭୂକମ୍ପର ତୀବ୍ରତା ଓ ଭୂକମ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବ। ମୋଟାମୋଟି ଭାବେ କହିବାକୁ ଗଲେ ଏହି ସିଷ୍ଟମ ଦ୍ୱାରା ଭୂକମ୍ପ ହେବା ପୂର୍ବରୁ ସୂଚନା ମିଳିପାରିବ । ଏହି ସିଷ୍ଟମକୁ National Disaster Management Authority (NDMA) ଓ National Seismology Center (NSC)ର ପରାମର୍ଶକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଭୂକମ୍ପ ହେବା ପୂର୍ବରୁ ତା ସମ୍ପର୍କରେ ଆଣ୍ଡ୍ରୁଏଡ ବ୍ୟବହାରୀଙ୍କୁ ସତର୍କ କରାଇବ। ଭାରତର ସ୍ଥାନୀୟ ଭାଷା ଅନୁଯାୟୀ ଏହା ଲୋକଙ୍କୁ ଆଲର୍ଟ କରିବ।

କମ୍ପାନୀ ସିଷ୍ଟମ ଦ୍ୱାରା ଦୁଇ ପ୍ରକାରର ଆଲର୍ଟ ଜାରି କରିବ। ଗୋଟିଏ Be Aware ଓ ଆଉ ଗୋଟିଏ Take Action। ।ଏହି ଆଲର୍ଟ ଜଣେ ବ୍ୟବହାରକାରୀଙ୍କ ଫୋନର ଡିସପ୍ଲେରେ ଦୃଶ୍ୟମାନ ହେବ। ଯଦି ଫୋନ ସାଇଲେଣ୍ଟ କିମ୍ବା ଡୁ ନଟ ଡିଷ୍ଟ୍ରବ ମୋଡରେ ଥିବ, ତା’ହେଲେ ଆଲର୍ଟ ଆସିବା ବେଳେ କୌଣସି ପ୍ରକାରର ସାଉଣ୍ଡ କରିବ ନାହିଁ।ଆଲର୍ଟ ଜାରି ବେଳେ ନୋଟିଫିକେସନ ଭଳି ସାଉଣ୍ଡ ହେବ। ଆଲର୍ଟ ବେଳେ ଭୂକମ୍ପରୁ ସୁରକ୍ଷା ପାଇବା ପାଇଁ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ ଓ ସୁରକ୍ଷିତ ସ୍ଥାନକୁ କେମିତି ଯିବାକୁ ପଡ଼ିବ, ସେ ବିଷୟରେ ମଧ୍ୟ କୁହାଯିବ।

author

Related Articles

Leave a Reply

Your email address will not be published. Required fields are marked *