ଝାନସୀରାଣୀ ରଣହୁଙ୍କାର ଦେଖି ଛାନିଆ ବିରୋଧୀ !

ଝାନସୀରାଣୀ ରଣହୁଙ୍କାର ଦେଖି ଛାନିଆ ବିରୋଧୀ !

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେଉଛି । କାରଣ ଏଠାରେ ଏଥର ତ୍ରିମୁଖୀ ନୁହେଁ ବରଂ ଚତୁର୍ମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ଲୋକ ଚାହିଁ ବସିଛନ୍ତି । କାରଣ ଏହି ଆସନରେ ବିରୋଧୀଙ୍କ ପକ୍ଷରୁ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କିଏ ୬ ୬ ଥରର ବିଧାୟକ ତ ଆଉ କିଏ ଏହି ଆସନରୁ ୨ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି । କିନ୍ତୁ ବିଜେଡି ଚଳିତ ଥର ଏ ଆସନରେ ନୂଆ ଚେହେରା ଦେଇଥିବା ବେଳେ ଝାନସୀରାଣୀ ମଧ୍ୟ ଚଳିତ ଥର ନୂଆ କରି ରାଜନୀତିର ମଇଦାନକୁ ଓହ୍ଲାଇଛନ୍ତି । ଆଉ ଏଥର କିପରି ଏହି ନେତାମାନଙ୍କୁ ଜଣେ ଯୁବନେତ୍ରୀ ଟକ୍କର ଦେବେ ତାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ଜୋର । ଏହି ଆସନରୁ ଏଥର ଆନନ୍ଦପୁରର ଚର୍ଚ୍ଚିତ ଚେହେରା ଝାନସୀରାଣୀ ଦାସ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଝାନସୀରାଣୀଙ୍କ ଦବଦବା ଆନନ୍ଦପୁର ସହିତ ରାଜ୍ୟ ରାଜନୀତିରେ ମଧ୍ୟ ରହିଆସିଛି । ଜଣେ ଯୁବ ନେତ୍ରୀ ଏବଂ ସମାଜସେବି ଭାବରେ ତାଙ୍କର ସଙ୍ଗଠନ ମଧ୍ୟ ବହୁତ ମଜବୁତ ରହିଛି । ଯାହାକୁ ଦ୍ୱିଗୁଣିତ କରିବା ପାଇଁ ଏଥର ଝାନସୀରାଣୀ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଏବଂ ବିଜେପିରେ ସାମିଲ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଦଳରେ ମିଶିବାର କିଛି ଦିନ ପରେ ସେ ସେଠାରୁ ନିରାଶ ହୋଇଥିଲେ । କାରଣ ଯେଉଁ ଉଦ୍ଦେଶ୍ୟ ନେଇ ସେ ଦଳରେ ସାମିଲ ହୋଇଥିଲେ ଦଳରେ ସେ ଉଦ୍ଦେଶ୍ୟ ପୂରଣ ହୋଇପାରିଲାନି । ଆନନ୍ଦପୁରରେ ଏଥର ବିଜେପି ତାଙ୍କୁ ଟିକେଟ ଦେବ ବୋଲି ସେ ଏବଂ ତାଙ୍କ ସମର୍ଥକମାନେ ଆଶା ରଖିଥିଲେ । ଏପରିକି ଝାନସୀରାଣୀଙ୍କ ନେତୃତ୍ୱରେ ଏଥର ବିଜେପି ଆନନ୍ଦପୁରରେ ଦୀର୍ଘ ୨୦ ବର୍ଷ ପରେ ପଦ୍ମ ଫୁଟାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ବଢିଥିଲା । କିନ୍ତୁ ଏପରି କିଛି ବି ହେଲାନି । ଦଳ ଝାନସୀରାଣୀଙ୍କୁ ଟିକେଟ ନଦେଇ ଜଣେ ପୁରୁଖା ନେତା ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଛି ।

ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଝାନସୀ ଦଳ ଛାଡିବା ସହ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଇଛନ୍ତି । ଏବଂ କିପରି ଏଠାରେ ବିଜୟୀ ହୋଇ ନିଜ ଗଡକୁ ସୁରକ୍ଷିତ ରଖିବେ ସେନେଇ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଘରକୁ ଘର ବୁଲି ଲୋକମାନଙ୍କୁ ତୃଣମୂଳ ସ୍ତରରେ ଭେଟୁଛନ୍ତି । ଅନ୍ୟପଟେ ଗତ ୩ଟି ନିବାଚନରେ ଏଠାରେ ବିଜେଡି ଶାସନ ଚଳାଇଥିବା ବେଳେ ଝାନସୀରାଣୀ କିପରି ଏଠାରେ ନିଜର ବିଜୟବାନା ଉଡାଇବେ ତାକୁ ନେଇ ମଧ୍ୟ ସବୁଆଡେ ଚର୍ଚ୍ଚା । ତେବେ ରାଜନୀତିରେ ଅଭିଜ୍ଞ ଥିବା ନେତାମାନଙ୍କୁ ଧୂଳ ଚଟାଇ ଜଣେ ନ୍ୟୁ କମର କିପରି ଆନନ୍ଦପୁରର ଶାସନ ଗାଦିରେ ବସୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *