ଏଥର ଆସ୍କାରେ ଆରପାରର ଲଢେଇ

ଏଥର ଆସ୍କାରେ ଆରପାରର ଲଢେଇ

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ରାଜ୍ୟରେ ପଡିବ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଭୋଟରମାନେ ନିଜ ପ୍ରିୟ ନେତାଙ୍କୁ ଜିତାଇବା ପାଇଁ ଉତ୍ସାହିତ ଅଛନ୍ତି । ଏପଟେ କିନ୍ତୁ ପ୍ରାର୍ଥୀମାନଙ୍କ ଛାତି ଧଡଧଡ ହେଉଛି । ତେବେ ଏହି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଆସ୍କା ସଂସଦୀୟ କ୍ଷେତ୍ରରେ ଭୋଟ ପଡୁଥିବାରୁ ଏଥର ଏ ଆସନରେ କିଏ ବାଜି ମାତ୍ କରିବ ତାକୁ ନେଇ ସବୁଠି ଚର୍ଚ୍ଚା । କାହିଁକି ନା ବିଜୁ ଜନତା ଦଳ ଗଠନ ପରଠାରୁ ଏ ଆସନ ବିଜେଡି କବଜାରେ ରହିଆସୁଛି । ବିଜେପିରୁ ଯେତେ ହେଭିୱେଟ ନେତା ଆସିଲେ ମଧ୍ୟ ଏ ଆସନରେ ବିଜେଡି କେବେ ବି ହାରିନି । ଆଉ ଏଥର ବି ଏଠାରେ ବିଜେଡି ସମ୍ମାନର ଲଢେଇ ଲଢିବ ବୋଲି ସେଥିରେ ସନ୍ଦେହ ନାହିଁ । କିନ୍ତୁ ବିଜେପି ବି ଚୁପ୍ ବସିନି । ଏଥର ମୋଦିଙ୍କ ନେତୃତ୍ୱରେ କିପରି ଶାସକ ଦଳକୁ ଗାଦିଚ୍ୟୁତ କରି ଶାସନ କରିବ ସେନେଇ ଅହରହ ପ୍ରସ୍ତୁତି ଚଳାଇଛି । ତେବେ ଚଳିତ ଥର ଏହି ଆସନରୁ ବିଜେଡି ଜଣେ ଯୁବ ଚେହେରା ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୁରୁଣା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ରିପିଟ କରିଛି । ଉଭୟ ପୋଖତ ରାଜନୈତିକ ପରିବାରରୁ ଆସିଥିବା ବେଳେ ଏବେ ଦୁଇ ନାରୀ ନେତ୍ରୀ ନିଜ ଦଳ ପାଇଁ ଆରପାରର ଲଢେଇ ଲଢୁଛନ୍ତି । ଅନ୍ୟପଟେ ଏହି ଦୁଇ ପ୍ରାର୍ଥୀଙ୍କ ପାଇଁ ଦଳର ଶୀର୍ଷ ନେତୃତ୍ୱ ମଧ୍ୟ ପ୍ରଚାର କରିଛନ୍ତି । ରଞ୍ଜିତାଙ୍କ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ପ୍ରଚାର କରିଥିବା ବେଳେ ବିଜେପିରୁ ଅନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିଲେ । ତେବେ ଏହି ପ୍ରଚାରର ପ୍ରଭାବ ଭୋଟରଙ୍କ ଉପରେ କେତେ ପଡିଛି ଏବଂ କେତେ ଆକୃଷ୍ଟ କରିଛି ତାର ଫଳାଫଳ ସୋମବାର ଇଭିଏମ ମେସିନ୍ ରେ ସିଲ୍ ହେବାକୁ ଯାଉଛି । ଦେଖାଯାଉ ଜୁନ ୪ର ଫଳାଫଳ କଣ କହୁଛି ଏବଂ ଆସ୍କା ଲୋକସଭାରେ ବିଜେଡି ରିଟର୍ଣ୍ଣ କରୁଛି ନା ସମୀକରଣ ବଦଳିଯାଉଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *