ଏଥର କାହା ଖାତାକୁ ଯିବ ନିମାପଡା ବିଧାନସଭା ଆସନ ?

ଏଥର କାହା ଖାତାକୁ ଯିବ ନିମାପଡା ବିଧାନସଭା ଆସନ ?

ଏଥର କାହା ଖାତାକୁ ଯିବ ନିମାପଡା ବିଧାନସଭା ଆସନ ? ଏଠାରେ କିଏ ଗଢିବ ସରକାର ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାହିଁକି ନା ଦିନ ଗଡିବା ସହିତ ଏଠାରେ ରାଜନୈତିକ ପାଣିପାଗ ମଧ୍ୟ ବଦଳିଛି । ଏହି ଗଡରେ ରାଜ କରୁଥିବା ବିଜେଡିର ଭେଟେରାନ ନେତା ସମୀର ଦାସ ବିଜେପିକୁ ଯିବା ପରେ ଏଠାରେ ସମୀକରଣ ଓଲଟିଯାଇଛି । ସମୀର ଏବେ ନିମାପଡାରେ ବିଜେପି କିପରି ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ସମୀରଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିଛି । ବିଜେପି ସମୀରଙ୍କୁ ନିମାପଡାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ସମୀରଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ଏଠାରେ ୧୬ ଜଣ ବଛା ବଛା ନେତାଙ୍କୁ ନିଯୁକ୍ତ କରିଛି । ପ୍ରଥମ ପର୍ଯ୍ୟାୟରେ ୮ ନେତାଙ୍କୁ ଦାୟିତ୍ୱ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୮ ଜଣ ନେତାଙ୍କୁ ଏଠାରେ ନିଯୁକ୍ତ କରିଛି ଦଳ । ତେବେ ନିମାପଡାରେ ସମୀରଙ୍କ ସଙ୍ଗଠନ ଭଲ ଥିବା ବେଳେ ଏଥର କିଏ ନିମାପଡା ଗଡ ହାତେଇବ ଏବଂ କିଏ ଧରାଶାୟୀ ହେବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *