ଏଥର ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା

ଏଥର ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା

ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥ ଯାତ୍ରା । ଆସନ୍ତା ଜୁଲାଇ ୭ ତାରିଖରେ ରଥଯାତ୍ରା ପଡୁଥିବାରୁ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କିନ୍ତୁ ଚଳିତ ଥର ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ୨ ଦିନ ହୋଇପାରେ ବୋଲି ସୂଚନା ମିଳିଛି । ଦୀର୍ଘ ୫୩ ବର୍ଷ ପରେ ମହାପ୍ରଭୁଙ୍କ ଅଣସର ନୀତି ୧୫ ଦିନ ବଦଳରେ ୧୩ ଦିନ ପଡୁଛି । ଏଥିପାଇଁ ଠାକୁର ନବ ଯୌବନ ହେବେ ସତ କିନ୍ତୁ ଦର୍ଶନ ମିଳିବନି । ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଯାହାକୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଥିବାରୁ ଚିନ୍ତାରେ ପଡିଛନ୍ତି ସେବାୟତ । ଏଭଳି ସ୍ଥିତିରେ ଗୋଟିଏ ଦିନରେ ରଥ ଯାତ୍ରା କରିବା ସମ୍ଭବ ନୁହେଁ ବୋଲି ସେବାୟତ ମାନେ ମତପ୍ରକାଶ କରୁଛନ୍ତି । ତେଣୁ ୧୯୭୧ ମସିହା ଆଧାରରେ ନୀତିକାନ୍ତି କରିବାକୁ ଯୋଜନା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *