ଏଥର ଧାମନଗରରେ ହେବ ସଞ୍ଜୟ-ସୂରଜଙ୍କ ଆମ୍ନାସାମ୍ନା

ଏଥର ଧାମନଗରରେ ହେବ ସଞ୍ଜୟ-ସୂରଜଙ୍କ ଆମ୍ନାସାମ୍ନା

ପ୍ରକାଶ ପାଇଛି ବିଜେପିର ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ବିଜେପି ୧୧୨ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ ଧାମନଗରରୁ ସୂରଜ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁ ରହିଛି । ଏଥର ପୁଣି ଥରେ ୧୨ ବିଧାୟକଙ୍କ ଉପରେ ଦଳ ଭରସା କରିଛି । ଧାମନଗରରୁ ସୂରଜ ସୂର୍ଯ୍ୟବଂଶୀ ମୈଦାନକୁ ଓହ୍ଲାଉଥିବା ବେଳେ ତାଙ୍କୁ କଡା ଟକ୍କର ଦେବା ପାଇଁ ବିଜେଡି ନୂଆ ମୁହଁ ଭାବେ ଡକ୍ଟର ସଂଜୟ କୁମାର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଧାମ ନଗରରେ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ଧାମନଗର ଦାୟିତ୍ୱ ଦିଆଯାଇଥିଲା । ଉପନିର୍ବାଚନରେ ବିଜୟୀ ହେବା ପରେ ସୁରଜ ବିଧାୟକ ହୋଇଥିଲେ । ତେବେ ଏହି ନିର୍ବାଚନ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ । ତେବେ ଦେଖାଯାଉ ସୂରଜ ଏବଂ ସଞ୍ଜୟ କିଭଳି ନିଜ ଦଳର ଭରସା ବଜାୟ ରଖୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *