ଏଥର ପାଣିଚିଆ ହେବ ଭୁବନେଶ୍ୱର ସାଂସଦ ଲଢେଇ !

ଏଥର ପାଣିଚିଆ ହେବ ଭୁବନେଶ୍ୱର ସାଂସଦ ଲଢେଇ !

ପାଖେଇ ଆସୁଛି ଲୋକସଭା ନିର୍ବାଚନ । ନିର୍ବାଚନରେ କଡ୍ଡା ଟକ୍କର ଦେବା ପାଇଁ ବିଜେଡି ଓ ବିଜେପି ଉଭୟ ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରାର୍ଥୀ ଚୟନ କରିସାରିଛନ୍ତି। ଭୁବନେଶ୍ୱର ସାଂସଦ ପଦ ପାଇଁ ରାଜନୀତିର ଚର୍ଚ୍ଚିତ ଚେହେରା ଅପରାଜିତାଙ୍କ ପ୍ରତିଦ୍ୱନ୍ଦୀ ଭାବେ ବିଜେଡି ଏକ ନୂଆ ଚେହେରାଙ୍କୁ ସୁଯୋଗ ଦେଉଥିବାର ଅନେକ ଦିନ ଧରି ଚର୍ଚ୍ଚ ହେଉଛି । କିନ୍ତୁ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରଚାରରେ ସବଳ ଥିବା ବିଜେଡି ଫିଲ୍ଡରେ ସଙ୍କୁଚିତ ହେଉଛି । ସାଂସଦ ଅପରାଜିତାଙ୍କ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଶ୍ରୀମୟୀ ମିଶ୍ର ଫିକା ପଡିଯାଉଛନ୍ତି । ସାମ୍ନା ଯୁଦ୍ଧ ପାଇଁ ଆଦୌ ସକ୍ଷମ ହେଉନାହାଁନ୍ତି ଶ୍ରୀମୟୀ । ଏଥିରୁ ୨୪ ଲୋକସଭା ନିର୍ବାଚନ ଲଢେଇ ପାଣିଚିଆ ହେବ ବୋଲି ଅନୁମାନ କରାଯାଉଛି ।

୨୦୧୯ରେ କିଛି ଟା ଫାଇଟ୍ ହୋଇଥିଲା କିନ୍ତୁ ଏଥର ବିଜେଡି ବିଜେପି ଟକ୍କର ପୂରା ଫିକା ପଡିଯିବ ବୋଲି ସବୁଆଡେ ଚର୍ଚ୍ଚା ହେଉଛିା କାରଣ ସାଂସଦ ଅପରାଜିତା ଫିଲ୍ଡକୁ ପୂରା କବଜା କରି ରଖିଛନ୍ତି । ୨୦୧୯ ଅପେକ୍ଷା ଅଧିକ ଭୋଟ ନେଇ ବିଜୟୀ ହେବା ଦିଗରେ ସେ ଆଗେଇ ଚାଲିଛନ୍ତି । ସବୁଠି ତାଙ୍କ ଉପସ୍ଥିତି ରହିବା ସହ ଜନସମର୍ଥନ ବି ବଢୁଛି । ମାତ୍ର ତାଙ୍କୁ ଟକ୍କର ଦେବାକୁ ଥିବା ଶ୍ରୀମୟୀଙ୍କ ଦେଖା ଦର୍ଶନ ମିଳୁନାହିଁ । ବିଜେଡି ଚାରିଆଡେ ତାର ହୋଡିଂ ଲଗାଇଛି । ଯେଉଁଥିରେ ଶ୍ରୀମୟୀଙ୍କ ଫଟୋ ରହିଛି । ମାତ୍ର ଫିଲ୍ଡରେ ଶ୍ରୀମୟୀଙ୍କର ଚିହ୍ନବର୍ଣ୍ଣ ମିଳୁନି । ଅନ୍ୟପଟେ ଅପରାଜିତାଙ୍କ ପୋଷ୍ଟର କମ୍ ଫିଲ୍ଡରେ ଆକ୍ଟିଭ ବେଶୀ । ପାର୍କରେ ମତ ବିନିମୟଠୁ ଆରମ୍ଭ କରି ବିକାଶ କାର‌୍ୟ୍ୟ , ସାହିବସ୍ତିରେ ବୈଠକରେ ସବୁଠି ସେ ନଜର ଆସୁଛନ୍ତି । ଲୋକଙ୍କ ଅଭିଯୋଗ ଶୁଣାଣି ଏବଂ ବିକାଶମୂଳକ ଯୋଜନା ପାଉନଥିବା ଲୋକଙ୍କ ପାଖରେ ସବୁବେଳେ ସେ ଛିଡା ହେଉଛନ୍ତି ।

ତେବେ ଫିଲ୍ଡରେ ଆକ୍ଟିଭ ଥିବା ଅପରାଜିତାଙ୍କୁ କଡ୍ଡା ଟକ୍କର ଦେବା ଏଥର ଶାସକଦଳକୁ ଭାରି ପଡିପାରେ ବୋଲି ଏଥିରୁ ସ୍ପଷ୍ଟ ହୋଉପଡୁଛି । ଏପରିକି ବିଜେଡିର ଦଳୀୟ କର୍ମୀ ମଧ୍ୟ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବା ନେଇ ଏତେଟା ଖୁସି ନଥିବା ଦେଖାଦେଇଛି । ତେବେ ଏମପି ଅପରାଜିତାଙ୍କ ଲୋକପ୍ରିୟତା ଭୁବନେଶ୍ୱର ସହ ପୂରା ରାଜ୍ୟରେ ବଢୁଥିବାରୁ ଆଗାମୀ ନିର୍ବାଚନରେ ଏହା ଶ୍ରୀମୟୀଙ୍କ ପାଇଁ କେତେଦୂର ସହଜ ହେଉଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *