ଏଥର ପ୍ରତାପ ନା ଆଉ କିଏ ?

ଏଥର ପ୍ରତାପ ନା ଆଉ କିଏ ?

କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହେଉଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ଆଗରୁ କଂଗ୍ରେସର ଗଡ ଥିବା ଏ ଆସନ ଏବେ ବିଜେଡି ଅକ୍ତିଆରରେ ଅଛି । ୨୦୦୦ ମସିହାରୁ ଏଠାରେ ବିଜେଡିର ଶାସନ ଚାଲିଛି । ବିଜେଡିର ଟାଣୁଆ ନେତା ତଥା ପୂବତନ ମନ୍ତ୍ରୀ ପ୍ରତାପ ଜେନା ଏହି ଆସନରୁ ୩ ୩ ଥର ବିଜୟ ହୋଇଛନ୍ତି । ଆଉ ଏଥର ମଧ୍ୟ ସେ ଚତୁର୍ଥ ଥର ଲଢେଇ କରିବା ପାଇଁ ନିଜର ପ୍ରସ୍ତୁତି ଚଳାଇଛନ୍ତି । କିନ୍ତୁ ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ପ୍ରତାପ ଜେନା ବିବାଦ ଘେରରେ ଫସି ଯାଇଛନ୍ତି । ପ୍ରତାପଙ୍କ ନାଁରେ ହତ୍ୟା ମାମଲା ଚାଲିଥିବାରୁ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ । ଯାହକୁ ନେଇ ଏବେ ଚର୍ଚ୍ଚା ହେଉଛି କି ୨୦୨୪ ନିବାଚନରେ ଏଥର ପ୍ରତାପ ନା ଆଉ କିଏ । ବିଜେଡି ହାତରେ ଥିବା ଏହି ଆସନ କାହା ହାତକୁ ଯିବ ଏବଂ ମାହାଙ୍ଗାବାସୀ କାହାକୁ ଭରଷା କରିବେ ସେନେଇ ଚର୍ଚ୍ଚା ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *