ଏଥର ଫିକା ପଡିବ ଦୂର୍ଗାପୂଜା

ଏଥର ଫିକା ପଡିବ ଦୂର୍ଗାପୂଜା

ଏଥର ଫିକା ପଡିବ ଦୂର୍ଗାପୂଜା । ଆସୁଛି ଆଉ ଏକ ବଡ ଲଘୁଚାପ । ଆସନ୍ତା ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ୨୭ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପଯ୍ୟନ୍ତ ରାଜ୍ୟର ପାଣିପାଗକୁ ନେଇ ଏପରି ଆକଳନ କରାଯାଇଥିବା ସୂଚନା ମିଳିଛି । ପାଣିପାଗ ବିଭାଗର ଏହି ଆକଳନ ଅନୁଯାୟୀ, ପ୍ରଥମ ସପ୍ତାହରେ ଅର୍ଥାତ୍ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସପ୍ତାହରେ ରାଜ୍ୟରେ ମୋଟାମୋଟି ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୪ରୁ ଅକ୍ଟୋବର ୧୦ ତାରିଖ ପର‌୍ୟ୍ୟନ୍ତ ଅର୍ଥାତ୍ ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

author

Related Articles

Leave a Reply

Your email address will not be published. Required fields are marked *